Advertisement
Article Detail0/zeeodisha/odisha669958
Zee OdishaOdisha National-Internationalଭାରତରେ ଥମୁନି କୋରୋନା ତାଣ୍ଡବ: ୧୬ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୨ ଜଣଙ୍କ ମୃତ୍ୟୁ

ଭାରତରେ ଥମୁନି କୋରୋନା ତାଣ୍ଡବ: ୧୬ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୨ ଜଣଙ୍କ ମୃତ୍ୟୁ

 ଗତ ୨୪ ଘଣ୍ଟା ମଧ୍ୟରେ ୧୩୨୪ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି  । ଏହାସହ ୩୧  ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୫୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ବର୍ତ୍ତମାନ ଯାଏ ଦେଶରେ ୨୩୦୨ କୋରୋନା ରୋଗୀ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

ଭାରତରେ ଥମୁନି କୋରୋନା ତାଣ୍ଡବ: ୧୬ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ଦ୍ରୁତ ଗତିରେ ବଢି ଚାଲିଛି । ଏହାକୁ ରୋକିବା ସାରା ଦେଶରେ ମେ ୩ ଯାଏ ଲକଡାଉନ ଜାରି ରଖିଛି । ଅନ୍ୟପକ୍ଷେ ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ଦେଶରେ ୧୬ ହଜାରରୁ ଉର୍ଦ୍ଧ୍ୱ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମିତ କୋରୋନା ଭାଇରସ ସଂଖ୍ୟା ୧୬୧୧୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୨୪ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି  । ଏହାସହ ୩୧  ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୫୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ବର୍ତ୍ତମାନ ଯାଏ ଦେଶରେ ୨୩୦୨ କୋରୋନା ରୋଗୀ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।

ଅନ୍ୟପକ୍ଷେ ରବିବାର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଏକ ପରାମର୍ଶ ଜାରି କରି କହିଛି ଯେ, କେତେକ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯାଉଛି । ପ୍ରବାସୀ ଶ୍ରମିକମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ଅନୁମତି ମିଳିବ ନାହିଁ । ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଲକଡାଉନ୍ ଯୋଗୁଁ ରିଲିଫ୍ କ୍ୟାମ୍ପରେ ରହୁଥିବା ଶ୍ରମିକମାନଙ୍କୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ପଞ୍ଜିକୃତ କରିବାକୁ ପଡ଼ିବ ।

Add Zee News as a Preferred Source
About the Author