କୋରୋନା କୋପରେ IIT-Madras ବନ୍ଦ, ୬୬ ଜଣ ବିଦ୍ୟାର୍ଥୀ ସଂକ୍ରମିତ
Advertisement

କୋରୋନା କୋପରେ IIT-Madras ବନ୍ଦ, ୬୬ ଜଣ ବିଦ୍ୟାର୍ଥୀ ସଂକ୍ରମିତ

ମାଦ୍ରାସସ୍ଥିତ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ବା IIT-Madrasରେ କୋରୋନା (Corona Pandemic) କୋପ । ଶିକ୍ଷାନୁଷ୍ଠାନର ପ୍ରାୟ ୬୬ ଜଣ ବିଦ୍ୟାର୍ଥୀ କୋରୋନା ଆକ୍ରାନ୍ତ (Corona Pandemic) ହୋଇଥିବା ସୂଚନା ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ ଶିକ୍ଷାନୁଷ୍ଠାନକୁ (Institution) ବନ୍ଦ କରି ଦିଆଯାଇଥିବା ସୂଚନା ରହିଛି ।

କୋରୋନା କୋପରେ IIT-Madras ବନ୍ଦ, ୬୬ ଜଣ ବିଦ୍ୟାର୍ଥୀ ସଂକ୍ରମିତ

ଚେନ୍ନାଇ: ମାଦ୍ରାସସ୍ଥିତ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ବା IIT-Madrasରେ କୋରୋନା (Corona Pandemic) କୋପ । ଶିକ୍ଷାନୁଷ୍ଠାନର ପ୍ରାୟ ୬୬ ଜଣ ବିଦ୍ୟାର୍ଥୀ କୋରୋନା ଆକ୍ରାନ୍ତ (Corona Pandemic) ହୋଇଥିବା ସୂଚନା ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ ଶିକ୍ଷାନୁଷ୍ଠାନକୁ (Institution) ବନ୍ଦ କରି ଦିଆଯାଇଥିବା ସୂଚନା ରହିଛି । ଏହି ଶିକ୍ଷାନୁଷ୍ଠାନର ବିଭାଗ, ସେଣ୍ଟର, ଲ୍ୟାବ ଓ ଲାଇବ୍ରାରୀକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ସୂଚନା ରହିଛି । 

ଅଧିକ ପଢନ୍ତୁ: ଟିକା ନେବାକୁ ମନା କଲେ ଏତିକି ପ୍ରତିଶତ ଲୋକ: ସୂତ୍ର 

ମିଳିଥିବା ସୂଚନା ମୁତାବକ ୬୬ ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ୭୦୦ ପିଲାଙ୍କର କୋରୋନା ପରୀକ୍ଷା (Corona Report) କରାଯାଇଛି । ତେବେ ଏହାର ରିପୋର୍ଟ ଆସିନଥିବା ସୂଚନା ରହିଛି । ଫଳରେ ସତର୍କତା ପୂର୍ବକ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କୁ ଓ୍ୱାର୍କ ଫ୍ରମ ହୋମ ବା ଘରୁ କାମ କରିବାକୁ କୁହାଯାଇଛି । ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ମାତ୍ର ୧୦ ପ୍ରତିଶତ ବିଦ୍ୟାର୍ଥୀ ବର୍ତ୍ତମାନ ହଷ୍ଟେଲରେ ଅଛନ୍ତି । ସେମାନଙ୍କର କୋରୋନା ଯାଞ୍ଚ କରାଯାଇଛି । ଅଳ୍ପ କିଛି ବିଦ୍ୟାର୍ଥୀଙ୍କର (IIT Student) ରିପୋର୍ଟ ପଜିଟିଭ ଆସିଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। 

ଅଧିକ ପଢନ୍ତୁ: ଆହୁରି କମିଲା ରୁପା ମୂଲ୍ୟ, ଜାଣନ୍ତୁ ଆଜି କ'ଣ ରହିଛି ସୁନା ରେଟ୍

ଏହା ସହିତ ହଷ୍ଟେଲରେ (Hostel) ଥିବା ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଅନୁଷ୍ଠାନର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭୟଭୀତ ହେବାର କୌଣସି କାରଣ ନାହିଁ । ଅନୁଷ୍ଠାନ ପକ୍ଷରୁ ଏସଓପି ଜାରି କରାଯାଇଛି। ଆମେମାନେ କୋରୋନା କଟକଣା (Corona Guideline) ମଧ୍ୟରେ କାର୍ଯ୍ୟ କରୁଛୁ । ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଅନୁଷ୍ଠାନ ଆସୁଛନ୍ତି । ସମସ୍ତେ କଟକଣା ମଧ୍ୟରେ କାର୍ଯ୍ୟ କରୁଛୁ ବୋଲି କୁହାଯାଇଛି। 

ସୂଚନାଯୋଗ୍ୟ ଚେନ୍ନାଇ (Chennai) କୋରୋନାର ହଟସ୍ପଟ ପାଲଟିଥିଲା । ମାତ୍ର ଏଥିରେ ଦ୍ରୁତ ଅବନତୀ ଘଟିଛି । ଚେନ୍ନାଇରେ (Chennai) ଏବେ କୋରୋନା (Corona) ନିୟନ୍ତ୍ରଣାଧୀନ ରହିଛି । ରବିବାର ସମଗ୍ର ରାଜ୍ୟରୁ ମାତ୍ର ୧୧୯୫ଟି କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଚେନ୍ନାଇ ଅଞ୍ଚଳରୁ ମାତ୍ର ୩୪୦ ଜଣଙ୍କ ସମ୍ପର୍କରେ ସୂଚନା ରହିଥିଲା । ରାଜ୍ୟରୁ ମୋଟ ୮ ଲକ୍ଷ କୋରୋନା ସଂକ୍ରମିତ ରହିଛନ୍ତି ।