ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ଡାକ୍ତର ସମେତ ୪୪ ଷ୍ଟାଫଙ୍କୁ କୋରୋନା
Advertisement

ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ଡାକ୍ତର ସମେତ ୪୪ ଷ୍ଟାଫଙ୍କୁ କୋରୋନା

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଜାହାଙ୍ଗୀରପୁରୀ ଅଞ୍ଚଳରେ ଅବସ୍ଥିତ ଜଗଜୀବନ ରାମ ଡାକ୍ତରଖାନାର କର୍ମଚାରୀମାନେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଜାହାଙ୍ଗୀରପୁରୀ ଅଞ୍ଚଳରୁ ଅନେକ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି ।

ଦିଲ୍ଲୀର ଗୋଟିଏ ହସ୍ପିଟାଲରେ ଡାକ୍ତର ସମେତ ୪୪ ଷ୍ଟାଫଙ୍କୁ କୋରୋନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାହଙ୍ଗୀରପୁରୀ ସ୍ଥିତ ଦିଲ୍ଲୀ ସରକାରୀଙ୍କ ବାବୁ ଜଗଜୀବନ ରାମ ହସ୍ପିଟାଲରେ ଡାକ୍ତରଙ୍କ ସମେତ ୪୪ ଜଣ ମେଡିକାଲ କର୍ମଚାରୀଙ୍କୁ କୋରୋନା ପଜିଟିଭ ଥିବାର ଜଣାପଡିଛି । ଏହି ସୂଚନା ପାଇବା ମାତ୍ରେ ଡାକ୍ତରଖାନାର ଚିକିତ୍ସା ସେବା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ସମଗ୍ର ହସ୍ପିଟାଲକୁ ସାନିଟାଇଜେର କରିବା କାର୍ଯ୍ୟ ଚାଲିଛି ।

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଜାହାଙ୍ଗୀରପୁରୀ ଅଞ୍ଚଳରେ ଅବସ୍ଥିତ ଜଗଜୀବନ ରାମ ଡାକ୍ତରଖାନାର କର୍ମଚାରୀମାନେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଜାହାଙ୍ଗୀରପୁରୀ ଅଞ୍ଚଳରୁ ଅନେକ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି ।

ଅନ୍ୟପକ୍ଷେ ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କୋରୋନା ଭାଇରସ୍ କାରଣରୁ ଏପର୍ଯ୍ୟନ୍ତ ୮୨୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୬ ହଜାର ୪୯୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୧୯୯୦ କୋରୋନାର ନୂତନ ମାମଲା ବାହାରିଛି । ଯାହାକି ଗୋଟିଏ ଦିନରେ ଭାରତରେ ସର୍ବାଧିକ ସଂଖ୍ୟକ ମାମଲା ଅଟେ । ଏହି ୨୪ ଘଣ୍ଟା ମଧ୍ୟରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ ୫ ହଜାର ୮୦୪ ଜଣ ରୋଗୀ ଏହି ବିପଜ୍ଜନକ ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି ।