)
ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନ ଯୋଗେ ନିଜ ରାଜ୍ୟକୁ ପଠାଉଛନ୍ତି। ଟ୍ରେନ ଯୋଗେ ଶ୍ରମିକମାନେ ଆସି ରାଜ୍ୟରେ ପହଞ୍ଚୁଛନ୍ତି। କିନ୍ତୁ ରାଜ୍ୟରେ ପହଞ୍ଚିବା ପରେ ସେମାନଙ୍କ ନିଜ ଜିଲ୍ଲାକୁ ଅବା ନିଜ ଘରକୁ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖନ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ ପତ୍ର ମାଧ୍ୟମରେ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ଦେଶରେ ବର୍ତ୍ତମାନ ଲକଡାଉନ ସ୍ଥିତି ବଜାୟ ରହିଛି। ଫଳରେ ସାଧାରଣ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ ହୋଇ ପଡ଼ିଛି। ରୋଜଗାର ବନ୍ଦ ହୋଇ ଯାଇଥିବା ବେଳେ ଶ୍ରମିକ, ଦିନ ମଜୁରିଆମାନେ ଚାଲିଚାଲି ନିଜ ଘରକୁ ଫେରୁଛନ୍ତି। ତେବେ ସେମାନଙ୍କୁ ନିଜ ଘରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର କିଛି ସ୍ପେଶାଲ ଟ୍ରେନକୁ ଚଳାଚଳ ପାଇଁ ମଞ୍ଜୁରି ଦେଇଛନ୍ତି। କିନ୍ତୁ ଏହି ଟ୍ରେନ ଯୋଗେ ନିଜ ରାଜ୍ୟରେ ପହଞ୍ଚିବା ପରେ ସାଧାରଣ ପରିବହନ ପାଇଁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି। ଫଳରେ ସେ ନିଜ ରାଜ୍ୟରେ ସାଧାରଣ ପରିବହନକୁ ଚଳାଚଳ ପାଇଁ ମଞ୍ଜୁରି ପ୍ରଦାନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।
Centre allows hiring of special buses by States/UTs to ferry passengers arriving at railway stations, in view of restrictions of public/private transport during lockdown: Spokesperson, Ministry of Home Affairs pic.twitter.com/7wbFXo6WKT
— ANI (@ANI) May 14, 2020
ଅଜୟ କହିଛନ୍ତି କି, ଯଦି ଲୋକଙ୍କ ନିକଟରେ କୌଣସି ସାଧାରଣ ପରିବହନ କିମ୍ବା ସେମାନଙ୍କର ବ୍ୟକ୍ତିଗତ ପରିବହନ ନାହିଁ, ତେବେ ସ୍ଥାନୀୟ ସରକାର ଲୋକମାନଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ସାମାଜିକ ଦୁରତା ଅବଲମ୍ବନ କରି ଲୋକମାନଙ୍କୁ ପରବହନର ବ୍ୟବସ୍ଥା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।
ସଚିବ ଭଲ୍ଲା ଆହୁରି ମଧ୍ୟ କହିଛନ୍ତି କି, ଗୃହ ମନ୍ତ୍ରଣାଳୟର ମାନକ ସଂଚାଳନ ପ୍ରକ୍ରିୟା ଅନୁଯାୟୀ ରେଲଓ୍ୱେରେ ଯିବା ପାଇଁ କେବଳ କନଫର୍ମଡ ଟିକେଟକୁ ହିଁ ଅନୁମତି ପ୍ରଦାନ କରାଯାଉଛି। କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ ଓ ଦେଶର ୧୫ଟି ସ୍ଥାନକୁ ୧୫ ଯୋଡ଼ା ରେଳ ଚଳାଚଳକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ଟ୍ରେନ ବ୍ୟତୀତ ଅନ୍ୟ ଶ୍ରମିକ ଟ୍ରେନକୁ ମଧ୍ୟ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ବିଶେଷ କରି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶକୁ ପ୍ରବାସୀ ଶ୍ରମିକଙ୍କୁ ପହଞ୍ଚାଇବା ପାଇଁ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରୁଥିବା ନେଇ ସେ ସୂଚନା ଦେଇଛନ୍ତି।