• ଆଜି ରୁକୁଣା ରଥଯାତ୍ରା
  • ବିନା ଭକ୍ତରେ ହେବ ରଥ ଟଣା
  • ଓଡ଼ିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡ଼ାଉନ୍
  • ସବୁ ସହରାଂଚଳରେ ଶନିବାର , ରବିବାର ସଟଡ଼ାଉନ୍
  • ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପରେ ପ୍ରବାସୀଙ୍କ ଘର ବାହୁଡା
  • ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ
  • IPL 2021: ୪୫ ରନରେ ସାମସନ ବାହିନୀକୁ ମାତ୍ ଦେଲା ଧୋନୀବାହିନୀ
  • ରାଜସ୍ଥାନରେ ୧୫ ଦିନିଆ ଲକଡାଉନ ଘୋଷଣା
  • ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି
  • ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ କରୋନା ଟିକା

AIIMS ମୁଖ୍ୟଙ୍କ ଚେତାବନୀ, ଭୟଙ୍କର ହେବ କୋରୋନାର ନୂଆ ଷ୍ଟ୍ରେନ !

  ସୂଚନାନୁଯାୟୀ, ଦେଶରେ ୨୪ ଘଣ୍ଟାରେ କୋରୋନାରେ ୧୩ ହଜାରରୁ ଅଧିକ ନୂଆ ମାମଲା ଆସିଥିବା ବେଳେ ୧୦୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । 

AIIMS ମୁଖ୍ୟଙ୍କ ଚେତାବନୀ, ଭୟଙ୍କର ହେବ କୋରୋନାର ନୂଆ ଷ୍ଟ୍ରେନ !

AIIMS ମୁଖ୍ୟଙ୍କ ଚେତାବନୀ, ଭୟଙ୍କର ହେବ କୋରୋନାର ନୂଆ ଷ୍ଟ୍ରେନ 

ନୂଆଦିଲ୍ଲୀ: ଦେଶରେ ପୁଣି କୋକୁଆ ଭୟ ଖେଳାଇଲାଣି କୋରୋନା । ମହାରାଷ୍ଟ୍ର ଓ କେରଳ ରାଜ୍ୟରେ କୋରୋନା ସଂକ୍ରମଣ ହଠାତ୍ ବଢିଯିବାରୁ କେନ୍ଦ୍ର ସରକାରଙ୍କ ଟେନସନ ବଢିଗଲାଣି। ଯାହାକୁ ନେଇ କୋରୋନାର ଦ୍ୱିତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବି ସଜାଗ ରହିଛନ୍ତି । ସୂଚନାନୁଯାୟୀ, ଦେଶରେ ୨୪ ଘଣ୍ଟାରେ କୋରୋନାରେ ୧୩ ହଜାରରୁ ଅଧିକ ନୂଆ ମାମଲା ଆସିଥିବା ବେଳେ ୧୦୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । 

ଖବର ମୁତାବକ, କୋରୋନା ସଂକ୍ରମଣ (Corona Virus)ବୃଦ୍ଧି ହେତୁ ଯେଉଁ ୧୦ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିଛି ସେହିସ୍ଥାନକୁ କେନ୍ଦ୍ରୀୟ ଟିମ ପଠାଇବା ସହ ପୁରା ସ୍ଥିତିର ସମୀକ୍ଷା କରିବେ । ମିଳିଥିବା ସୂଚନାନୁସାରେ, ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟ ପ୍ରଦେଶ, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀରକୁ କେନ୍ଦ୍ର ସରକାର ନିଜ ଟିମ ପଠାଇଛନ୍ତି। ଏହି ଟିମ୍ କୋରୋନା ସଂକ୍ରମଣ କଣ ପାଇଁ ବଢୁଛି ତାକୁ ନେଇ ତର୍ଜମା କରିବେ ।

Also Read: OTT ଓ ସୋସିଆଲ ମିଡିଆ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ

ତେବେ ବେଳହୁଁ ସାବଧାନ ନହେଲେ ପରିସ୍ଥିତି ଭୟଙ୍କର ହେବ। ମହାରାଷ୍ଟ୍ର ( Maharastra)ରେ କୋରୋନା ସଂକ୍ରମଣ ଅଧିକ ଦେଖାଦେବାରୁ ଅମରାବତୀ ଅଞ୍ଚଳରେ ଏକ ସପ୍ତାହ ଧରି ଲକଡାଉନ (LockDown) କରାଯାଇଥିବା ବେଳେ ତାର ଆଖପାଖ ଜିଲ୍ଲା ଗୁଡ଼ିକରେ କଟକଣା କଡ଼ାକଡ଼ି କରାଯାଇଛି । ସେହିପରି ପୁଣେରେ ଯାତାୟତ ପାଇଁ କଟକଣା ରହିବା ସହ ରାତି ୧୧ ରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ (Night Curfew) ଲାଗୁ କରାଯାଇଛି । ଯଦି ପରିସ୍ଥିତି ଅଣାୟତ୍ତ ହୁଏ ତେବେ ଆଗାମୀ ଦିନ ମାନଙ୍କରେ ୧୨ ଘଣ୍ଟାର ନାଇଟ କର୍ଫ୍ୟୁ ଲଗାଯିବା ନେଇ ସରକାର ଚେତାବନୀ ଦେଇଛନ୍ତି ।

Also Read: ପ୍ରଥମେ ବିଭତ୍ସ ହତ୍ୟା, ପରେ କଲିଜାକୁ କାଢି ଆଳୁ ସହ କଲେ ତରକାରୀ

ସୂଚନାନୁଯାୟୀ, AIIMS ପ୍ରମୁଖ ଡାକ୍ତର ରଣଦୀପ ଗୁଲେରିୟା କୋରୋନାର ଏହି ନୂଆ ଲହର ନେଇ ଆଶଙ୍କା କରିବା ସହ ଏହା ବହୁତ ଭୟଙ୍କର ହେବ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଆତଙ୍କ ଖେଳିଯାଇଛି।