ପୁଣି ଚିନ୍ତା ବଢାଇଲା କୋରୋନା; ବ୍ରିଟେନ ପରେ ଆମେରିକାରେ ନୂଆ ଷ୍ଟ୍ରେନ୍ ଚିହ୍ନଟ
Advertisement

ପୁଣି ଚିନ୍ତା ବଢାଇଲା କୋରୋନା; ବ୍ରିଟେନ ପରେ ଆମେରିକାରେ ନୂଆ ଷ୍ଟ୍ରେନ୍ ଚିହ୍ନଟ

ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଲୋକେ ଆତଙ୍କୀତ ଅଛନ୍ତି। ଆଉ ଠିକ୍ ଏହି ସମୟରେ ଆମେରିକାରେ ମଧ୍ୟ ଅନ୍ୟ ଏକ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହି ନୂଆ ଷ୍ଟ୍ରେନ ମୂଳ କୋରୋନା ଭୂତାଣୁଠାରୁ ଅଧିକ ଶକ୍ତିଶାଳୀ ବୋଲି ଦାବି କରାଯାଉଛି।

ପୁଣି ଚିନ୍ତା ବଢାଇଲା କୋରୋନା; ବ୍ରିଟେନ ପରେ ଆମେରିକାରେ ନୂଆ ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରୁ ଦୂର ହେବାର ନାଁ ନେଉନି ମହାମାରୀ କୋରୋନା। ଦିନକୁ ଦିନ ସଂକ୍ରମଣ ହ୍ରାସ  ହେବା ବଦଳରେ ବଢାଉଛି ଲୋକଙ୍କ ଚିନ୍ତା। ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଲୋକେ ଆତଙ୍କୀତ ଅଛନ୍ତି। ଆଉ ଠିକ୍ ଏହି ସମୟରେ ଆମେରିକାରେ ମଧ୍ୟ ଅନ୍ୟ ଏକ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହି ନୂଆ ଷ୍ଟ୍ରେନ ମୂଳ କୋରୋନା ଭୂତାଣୁଠାରୁ ଅଧିକ ଶକ୍ତିଶାଳୀ ବୋଲି ଦାବି କରାଯାଉଛି।

ବ୍ରିଟେନ (Britain) ଓ ଆମେରିକାରେ ଚିହ୍ନଟ କୋରୋନାର ନୂଆ ଷ୍ଟ୍ରେନ (Corona New Strain) ବିଜୁଳି ଗତିରେ ମାଡି ଚାଲିଛନ୍ତି। ଆମେରିକାରେ ଟିହ୍ନଟ ଷ୍ଟ୍ରେନ ମୁଳ ଭୁତାଣୁ ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରମଣକ୍ଷେମ। ଏହାର ଭୟାବହତା ନେଇ ହ୍ୱାଇଟ ହାଉସର କୋଭିଡ୍ ଟାସ୍କଫୋର୍ସ ଚେତାବନୀ ଦେଇଛନ୍ତି। ନୂଆ ଷ୍ଟ୍ରେନକୁ ନେଇ ଆମେରିକାବାସୀଙ୍କ ସତର୍କ କରାଯାଇଛି। ତେବେ ଏହାକୁ ମଧ୍ୟ ମୂଳ କୋରୋନା ଭାଇରସ ପରି ମାସ୍କ ବ୍ୟବହାର, ନିୟମିତ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରି ନିୟନ୍ତ୍ରଣ କରାଯାଇ ପାରିବ।

Also Read: ଆଜିଠୁ ଟିକା ବିତରଣ କାର୍ଯ୍ୟକ୍ରମ, କେଉଁମାନେ ପହଞ୍ଚାଇବେ ଟିକା, ପଢନ୍ତୁ ରିପୋର୍ଟ...

ସେପଟେ ଆସନ୍ତା ୨୦ ତାରିଖରେ ଆମେରିକାର (America) ନୂଆ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କ ଶପଥ ଗ୍ରହଣ ଉତ୍ସବ ହୋଇପାରେ। ଏହା ପୂର୍ବରୁ ଦେଶରେ ହିଂସାତ୍ମକ (US violance) ପରିବେଶ ସୃଷ୍ଟି ହୋଇଛି। ଆଉ ପୁଣି କୋରୋନାର ନୂଆ ଷ୍ଟ୍ରେନ ଆମେରିକାବାସୀଙ୍କୁ ଆତଙ୍କୀତ କରୁଛି। ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକଙ୍କ ଠାରେ ନୂଆ ଷ୍ଟ୍ରେନ (Corona virus)ଚିହ୍ନଟ କରାଯାଇଛି। ସେପଟେ ଗବେଷକମାନେ ନୂଆ ଷ୍ଟ୍ରେନ ଉପରେ ଅଧିକ ଗବେଷଣା ଚଳାଇଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ କୋଟି ଟପିଲାଣି। ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଏହି ମହାମାରୀରେ ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି। ନୂଆବର୍ଷର ପ୍ରଥମ ୧୦ ଦିନରେ କେବଳ ଆମେରିକାରେ ୨୭ ହଜାରରୁ ଅଧିକ କୋରୋନା ଜନିତ ମୃତ୍ୟୁ ରିପୋର୍ଟ ହୋଇଛି। ଭାରତରେ ବି କୋରୋନା ଭୁତାଣୁ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି। ସେପଟେ ବାର୍ଡ ଫ୍ଲୁ ମଧ୍ୟ ଦେଶବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇଛି। ଭାରତର ୧୦ ଟି ରାଜ୍ୟରେ ବାର୍ଡ ଫୁଲ୍ ଚିହ୍ନଟ ହୋଇଛି।