କୋରୋନାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ପୁଣି ଲାଗିପାରେ ଲକଡାଉନ୍
Advertisement

କୋରୋନାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ପୁଣି ଲାଗିପାରେ ଲକଡାଉନ୍

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଶୀତରେ ବ୍ରିଟେନ (UK) କୋରୋନାର ଏକ ନୂତନ ଭ୍ୟାରିଆଣ୍ଟ (corona new variant) ସକ୍ରିୟ ହେବ। ଏଭଳି ପରିସ୍ଥିତିରେ ବ୍ରିଟେନରେ ଚଳିତବର୍ଷର ଶୀତ ଋତୁ ଲୋକଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ। 

ଫାଇଲ ଫଟୋ

ଲଣ୍ଡନ: କୋରୋନା ସଂକ୍ରମଣର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ଯାଇ ନାହିଁ। ସେପଟେ ତୃତୀୟ ଲହର ଆସିବା ଆଶଙ୍କାର ଭାରତ, ବ୍ରିଟେନ ସମେତ ଅନେକ ଦେଶ ଆତଙ୍କୀତ ଅଛନ୍ତି। ଏହାରି ମଧ୍ୟରେ ଏକ ଚିନ୍ତାଜନକ ତଥା ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଚଳିତବର୍ଷ ଶୀତ ଋତୁରେ କୋରୋନାର ଏକ ନୂଆ ଭ୍ୟାରିଆଣ୍ଟ ଆସିପାରେ ବୋଲି ବିଶେଷଜ୍ଞମାନେ ଆଗୁଆ ସତର୍କ କରିଛନ୍ତି।

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଶୀତରେ ବ୍ରିଟେନ (UK) କୋରୋନାର ଏକ ନୂତନ ଭ୍ୟାରିଆଣ୍ଟ (corona new variant) ସକ୍ରିୟ ହେବ। ଏଭଳି ପରିସ୍ଥିତିରେ ବ୍ରିଟେନରେ ଚଳିତବର୍ଷର ଶୀତ ଋତୁ ଲୋକଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ। ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ଶେଷ ସୁଦ୍ଧା ଶିଶୁ ଏବଂ ବୃଦ୍ଧମାନେ ବହୁ ସଂଖ୍ୟାରେ ଏହି ମହାମାରୀ (Coronavirus) ର ଶିକାର ହୋଇପାରନ୍ତି।

Also Read: ଦେଶରେ ୮୮ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ରିପୋର୍ଟରେ ଦର୍ଶାଯାଇଛି ଯେ, ବ୍ରିଟିଶ ସରକାରଙ୍କ ପରାମର୍ଶଦାତା ସଂସ୍ଥାକୁ SAGE ଏହି ଚେତାବନୀ ଦେଇଛି। SAGEର ସଦସ୍ୟ ପ୍ରଫେସର କାଲୁମ୍ ସେମ୍ପଲେ କହିଛନ୍ତି ଯେ, ବ୍ରିଟେନରେ କୋରୋନା ସଂକ୍ରମଣ ଭୟାନକ ହେବାର ସମ୍ଭାବନା ଅଛି। ଯେଉଁ କାରଣରୁ ଦେଶରେ ଲକଡାଉନ ମଧ୍ୟ ଲାଗୁ କରାଯାଇପାରେ। କୋରୋନା କାରଣରୁ ଶୀତ ଋତୁ ବିପଜ୍ଜନକ ହେବ। ଏହି କାରଣରୁ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। 

ସେହିପରି ଇଂଲଣ୍ଡ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୁଜାନ ହପକିନ୍ସ ମଧ୍ୟ ଏ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, 'କୋରୋନାର ନୂଆ ଭ୍ୟାରିଆଣ୍ଟ ଯୋଗୁଁ ଆମକୁ ଏହି ଶୀତଦିନରେ ଲକଡାଉନ କରିବାକୁ ପଡିପାରେ। ଯଦିଓ ଏହି ଭ୍ୟାରିଆଣ୍ଟର ମୁକାବିଲା ପାଇଁ ଆମର କୋରୋନା ଟିକା, ପରୀକ୍ଷା ଏବଂ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ।'