)
ମୁମ୍ବାଇ: କୋରୋନା ଭାଇରସ ଦେଶରେ କ୍ରମାଗତ ବୃଢ଼ି ଚାଲିଛି । ଭାରତରେ କୋରୋନାରେ ୬୭ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୨୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ରର । ଏଠାରେ ସଂକ୍ରମିତ ସଂଖ୍ୟା ୨୩ ହଜାର ଅତିକ୍ରମ କରିଛି । ସୋମବାର ଦିନ ମହାରାଷ୍ଟ୍ରରେ ୧୨୩୦ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୩୬ ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହିତ ମହାରାଷ୍ଟ୍ରରେ ସଂକ୍ରମିତ ମୋଟ ସଂଖ୍ୟା ୨୩,୪୦୧ରେ ପହଞ୍ଚିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୮୬୮ ଜଣଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଏହି ମାସରେ କିମ୍ବା ଜୁନ୍ ଏବଂ ଜୁଲାଇରେ କୋରୋନୋ ଭାଇରସ ଶିଖରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ମୁଁ ପଢ଼ିଛି ଯେ ୱୁହାନରେ ଦ୍ୱିତୀୟ ମାମଲା ଦେଖାଯାଉଛି । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଏ ବିଷୟରେ ଚେତାବନୀ ଦେଇଛି । ତେଣୁ ମୁଁ ପରାମର୍ଶ ଦେଉଛି ଯେ ଲକଡାଉନ୍ ଉପରେ କୌଣସି ନିଷ୍ପତ୍ତି ସତର୍କତାର ସହ ନିଆଯିବା ଉଚିତ । ସେ କହିଛନ୍ତି ଯେ ମୁମ୍ବାଇରେ ଅତ୍ୟାବଶ୍ୟକ ସେବା ପାଇଁ ସ୍ଥାନୀୟ ଟ୍ରେନ୍ ଆରମ୍ଭ କରାଯାଉ ।