ଅନ୍ୟପକ୍ଷରେ, ଏସିଆର ସବୁଠୁ ବଡ ବସ୍ତି ମୁମ୍ବାଇର ଧରାବୀରେ ବୁଧବାର ଦିନ ୨୫ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଧରାବୀରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୪କୁ ବୃଦ୍ଧି ପାଇଛି । ଏଥି ସହିତ ଧରାବୀରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି ।
Trending Photos
ମୁମ୍ବାଇ: ଦେଶରେ କୋରୋନା ସଙ୍କଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ କୋରୋନା ଭାଇରସ୍ କାରଣରୁ ଏପର୍ଯ୍ୟନ୍ତ ୬୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହାସହ ୨୧ ହଜାରରୁ ଅଧିକ ଲୋକ ଏହାର ସଂକ୍ରମଣର ଶିକାର ହୋଇଛନ୍ତି । ଏହି ସମୟରେ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୪୨୭ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୮ଟି କୋରୋନା ପଜିଟିଭ ମାମଲା ମିଳିଛି । ଏହାସହ ୧୪ ଜଣଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପଟେ ମୁମ୍ବାଇ ବିଷୟରେ କହିବାକୁ ଗଲେ ଏଠାରେ ୪ ହଜାର ୨୦୫ କୋରୋନା ସଂକ୍ରମିତ ରୋଗୀ ଅଛନ୍ତି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୫୫୨ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହି ସମୟ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏଥିରୁ ୮୪୦ ଜଣ ଲୋକ ସୁସ୍ଥ ହୋଇଯାଇଛନ୍ତି ।
ଅନ୍ୟପକ୍ଷରେ, ଏସିଆର ସବୁଠୁ ବଡ ବସ୍ତି ମୁମ୍ବାଇର ଧରାବୀରେ ବୁଧବାର ଦିନ ୨୫ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଧରାବୀରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୪କୁ ବୃଦ୍ଧି ପାଇଛି । ଏଥି ସହିତ ଧରାବୀରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପକ୍ଷେ ଏଠାରେ କହି ରଖୁଛୁ ଯେ, ଭାରତରେ କୋରୋନା ଭାଇରସ୍ ସଂକ୍ରମଣର ପ୍ରକୋପ ଜାରି ରହିଛି । ଲକଡାଉନ୍ ସତ୍ତ୍ୱେ ଏହାର ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହି ସମୟରେ ଦେଶରେ କୋରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ୨୧ ହଜାର ଅତିକ୍ରମ କରିସାରିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୧,୩୯୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୯ ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ, ଦେଶର କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୬୮୧ ଜଣଙ୍କ ମୃତ୍ୟୁ ଘଟିଛି । ଯଦିଓ ୪,୨୫୮ ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।