ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ଦେଶର କୋରୋନା ସଂକ୍ରମଣ ଜନିତ ମାମଲା ବଢିବାରେ ଲାଗିଛି। ଯାହାର ପ୍ରଭାବ ଜେଲରେ ରହୁଥିବା କଏଦୀଙ୍କ ଉପରେ ପଡିଛି। ହେଲେ ବର୍ତ୍ତମାନ ଚାଲିଥିବା ସଂକଟ ସମୟରେ ମଧ୍ୟ ଫାଇଦା ଉଠାଇବାକୁ ପଛାଉନାହାଁନ୍ତି କେତେକ ଲୋକ। 


COMMERCIAL BREAK
SCROLL TO CONTINUE READING

ସଦ୍ୟ ଏପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର (Haryana)। ରାଜ୍ୟର ରିୱାଡି (Rewari) ଜିଲ୍ଲାସ୍ଥିତ ଫିଦେଡୀ (Phidedi) ଗ୍ରାମରେ ଅବସ୍ଥିତ ଜେଲରୁ କେତେକ କଏଦୀ ଚମ୍ପଟ ମାରିଛନ୍ତି। ଜେଲର ବାରାକ ଗ୍ରୀଲ ଭାଙ୍ଗି ୧୩ ଜଣ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ଯେଉଁ ଦିନ ସେମାନ ଏପରି କାଣ୍ଡ ଭିଆଇଲେ ତାହାର ପର ଦିନ ଜେଲରେ ହୋଇଥିବା ଗଣନାରୁ କଏଦୀ ସଂଖ୍ୟା କମ ରହିଥିବା ଜଣାପଡିଥିଲା। 


ଏ ଘଟଣା ବାବଦରେ ଅବଗତ ହେବା ପରେ ରିୱାଡି ଏସପି ଅଭିଷେକ ଜୋରୱାଲ ଘଟଣାସ୍ଥଳରେ ପହଞ୍ଚି ତତନ୍ତ କରିଥିଲେ। ଏହା ପରେ ଫେରାର ହୋଇଯାଇଥିବା କଏଦୀଙ୍କୁ ଧରିବା ଲାଗି ପ୍ରୟାସ ଆରମ୍ଭ କରିଛି ରିୱାଡି ପୋଲିସ। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ପ୍ରଶାସନ। ବିଗତ କିଛି ମାସ ଧରି ହରିୟାଣା ସରକାର ଏହାକୁ କୋଭିଡ ଜେଲ ଭାବେ ବ୍ୟବହାର କରୁଛନ୍ତି। ରାଜ୍ୟର ଅନ୍ୟ ସମସ୍ତ ଜେଲରୁ ପ୍ରାୟ ୪୫୦ କୋରୋନା ଆକ୍ରାନ୍ତ କଏଦୀଙ୍କୁ ଏଠାରେ ରଖାଯାଇଛି।    


Also Read: ଚୋର ହୋଇଗଲା Corona Positive; ପୋଲିସ ପିନ୍ଧିଲା PPE Kit


 


ଗତ ଶନିବାର ରାତି ଗୋଟାଏ ସମୟରେ ଜେଲର ଏକ ବାରାକରେ ବନ୍ଦୀ ଥିବା ୧୩ ଜଣ କଏଦୀ ସେଠାରେ ଲାଗିଥିବା ଗ୍ରୀଲକୁ ଭାଙ୍ଗି ବାହାରକୁ ବାହାରି ଯାଇଥିଲେ। ସେମାନେ ଚଦରକୁ ରଶି ଭାବେ ବ୍ୟବହାର କରି ଜେଲ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ। ରବିବାର ସକାଳେ ଯେତେବେଳେ ଗଣନା ହୋଇଥିଲା ସେତେବେଳେ କଏଦୀ ସଂଖ୍ୟା କମ ରହିଥିବା ଜଣାପଡିଥିଲା। ସମସ୍ତ ଫେରାର କଏଦୀ ବିଭିନ୍ନ ଗୁରୁତର ଅପରଧରେ ଜଡିତ ରହିଥିବା କୁହାଯାଇଛି।