Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି। ବିଗତ କିଛି ଦିନ ହେବ ୯ ହଜାର ତଥା ଏହାର ପାଖାପାଖି ମାମଲା ସାମ୍ନାକୁ ଆସୁଥିବା ବେଳେ ଆଜି ଏସମସ୍ତ ରେକର୍ଡକୁ ପଛରେ ପକାଇ ଦେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୧ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। କୋରୋନା ଟ୍ରାକର ଅନୁଯାୟୀ ଦେଶରେ ୧୧ ହଜାର ମାମଲା ସାମ୍ନାକୁ ଆସିଛି। ସେହିପରି ମୃତ୍ୟୁ ସଂଖ୍ୟରେ ମଧ୍ୟ ବୃଦ୍ଧି ପାଇଛି। ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୮ ହଜାରର ଅତିକ୍ରମ କରିଛି।
ମିଳିଥିବା ସୂଚନା ମୁତାବକ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୧୫୫ରେ ପହଞ୍ଚିଛି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୩୫୭ କୋରୋନା ସଂକ୍ରମତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୮ ହଜାର ଅତିକ୍ରମ କରି ୮୧୦୭ରେ ପହଞ୍ଚିଛି। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୩୧୨ କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ୧୪୦୯୭୯ ଜଣ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ କୋରୋନା ସୁସ୍ଥ ହେବା ପ୍ରତିଶତ ୪୯।୧ ରହିଥିବା ବେଳେ ମୃତ୍ୟୁ ହାର ୨।୮ ରହିଛି।