ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋରୋନା ଟିକାକରଣ
Advertisement
Article Detail0/zeeodisha/odisha824669

ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋରୋନା ଟିକାକରଣ

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧା (Corona Warrior) ଙ୍କୁ ଟିକା ଦିଆଯିବ। ଏମାନଙ୍କ ସଂଖ୍ୟା ୩ କୋଟି ହେବ। ଏହାବାଦ୍ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ଅସୁସ୍ଥଙ୍କୁ ମଧ୍ୟ ଟିକାକରଣ ଅଭିଯାନରେ ସାମିଲ କରାଯାଇଛି। ତେବେ ମୋଟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଯୋଜନା କରାଯାଇଛି।

ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋରୋନା ଟିକାକରଣ

ନୂଆଦିଲ୍ଲୀ: ଆସିଗଲା ମହାମାରୀ କୋରୋନାକୁ ହରାଇବାର ବେଳ। ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ କୋରୋନା ଟିକାକରଣ। ଶନିବାର ପ୍ରଧାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଜାନୁଆରୀ ୧୬ରୁ ଦେଶବ୍ୟାପୀ କୋରୋନା ଟିକାକରଣ (Corona Vaccination) ହେବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧା (Corona Warrior) ଙ୍କୁ ଟିକା ଦିଆଯିବ। ଏମାନଙ୍କ ସଂଖ୍ୟା ୩ କୋଟି ହେବ। ଏହାବାଦ୍ ୫୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ଅସୁସ୍ଥଙ୍କୁ ମଧ୍ୟ ଟିକାକରଣ ଅଭିଯାନରେ ସାମିଲ କରାଯାଇଛି। ତେବେ ମୋଟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଯୋଜନା କରାଯାଇଛି।

Also Read: ସ୍ୱଦେଶୀ କୋରୋନା ଟିକାକୁ ଗୁରୁତ୍ୱ; Covishield ପରେ Covaxinକୁ ଜରୁରୀ ବ୍ୟବହାର ଅନୁମତି

କୋରୋନା (Coronavirus) ଟିକାକରଣ ପାଇଁ ପ୍ରଥମରୁ ୨ ଥର ମକ ଡ୍ରିଲ କରାଯାଇଛି। ଟିକାକରଣ ସ୍ଥାନ ଚୟନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକା ଗ୍ରହଣ ଠାରୁ ନୋଡାଲ ସେଣ୍ଟରକୁ ପହଞ୍ଚାଇବା ପର୍ଯ୍ୟନ୍ତ, ସମସ୍ତ ଯୋଜନା ରାଜ୍ୟ ସରକାର କରିଛନ୍ତି। ଟିକାକରଣ ପାଇଁ ଆଗୁଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବାରୁ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ମକର ସଂକ୍ରାନ୍ତି (makar sankranti) ରୁ କୋରୋନା ଟିକାକରଣ ଆରମ୍ଭ ହେବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) କରିଥିଲେ। ତାଙ୍କର କହିବା ପରି ଜାନୁଆରୀ ୧୬ରୁ ଟିକାକରଣ ହେଉଛି। ଜାନୁଆରୀ ୧୪ରୁ ମକର ସଂକ୍ରାନ୍ତି, ପଙ୍ଗୋଲ, ଲୋହଡି ପର୍ବ ଆରମ୍ଭ ହେବ। ସେପଟେ ସାଧାରଣ ଲୋକଙ୍କୁ କେବେ ଟିକାକରଣ କରାଯିବ ସେନେଇ କେନ୍ଦ୍ର କୌଣସି ସୂଚନା ଦେଇନାହିଁ।