କୋରୋନା ଟିକାକୁ ନେଇ ୨ ଭାରତୀୟ କମ୍ପାନୀ ମୁହାଁମୁହିଁ
Advertisement

କୋରୋନା ଟିକାକୁ ନେଇ ୨ ଭାରତୀୟ କମ୍ପାନୀ ମୁହାଁମୁହିଁ

ଭାରତୀୟ କୋରୋନା ଟିକା ନିର୍ମାଣକାରୀ ସଂସ୍ଥା କୋଭିସିଲ୍ଡ-କୋଭ୍ୟାକ୍ସିନ ଟିକା ମଧ୍ୟରେ ଆରମ୍ଭ ହୋଇଯାଇଛି ମୁହାଁମୁହିଁ। ଏହି ଦୁଇ କମ୍ପାନୀ ସିଇଓଙ୍କ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ର ସରକାର। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଦୁଇଟି ଯାକ ନିରାପଦ।  

କୋରୋନା ଟିକାକୁ ନେଇ ୨ ଭାରତୀୟ କମ୍ପାନୀ ମୁହାଁମୁହିଁ

ନୂଆଦିଲ୍ଲୀ: ଦେଶରେ କୋଭିଡ ଭ୍ୟାକସିନ ଡ୍ରାଏ ରନ ଶେଷ ହୋଇସାରିଛି। ସଦ୍ୟ ଦୁଇ ଭାରତୀୟ କୋରୋନା ଟିକା ନିର୍ମାଣକାରୀ ସଂସ୍ଥା କୋଭିସିଲ୍ଡ-କୋଭ୍ୟାକ୍ସିନ ଟିକା ମଧ୍ୟରେ ଆରମ୍ଭ ହୋଇଯାଇଛି ମୁହାଁମୁହିଁ। ଏହି ଦୁଇ କମ୍ପାନୀ ସିଇଓଙ୍କ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ର ସରକାର। 

ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଦୁଇଟି ଯାକ ନିରାପଦ। ଲୋକେ ନିଜ ଇଚ୍ଛା ଅନୁସାରେ ଏହି ଦୁଇ ଟିକା ମଧ୍ୟରୁ ଯେକୌଣସି ଗୋଟିଏ ବ୍ୟବହାର କରିପାରିବେ। କୋଭିସିଲ୍ଡ ଟିକାକୁ  (Covishield)  ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ-ଏସଆଇଆଇ (Serum Institute of India-SII) ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଅନ୍ୟପଟେ କୋଭ୍ୟାକ୍ସିନ (Covaxine) ଟିକା ଭାରତ ବାୟୋଟେକ (Bharat Biotech) ନିର୍ମାଣ କରିଛି। 

ଏହି ଦୁଇ ଭାରତୀୟ କୋରୋନ ଟିକା ନିର୍ମାଣକାରୀ କମ୍ପାନୀ ମଧ୍ୟରେ ଚାଲିଥିବା ବିବାଦକୁ ନଜରରେ ରଖି ସତର୍କ ହୋଇଉଠିଥିଲେ କେନ୍ଦ୍ର ସରକାର। ଏହାର ସମାଧାନ କରିବା ପାଇଁ  ମଙ୍ଗଳବାର ଉଭୟ କମ୍ପାନୀ ସହ ଆଲୋଚନା କରିଥିଲେ ସରକାର। ଏନେଇ ସରକାରଙ୍କ ପକ୍ଷରୁ ଉଭୟ କମ୍ପାନୀର ଦସ୍ତଖତ ଥିବା ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଉଭୟ କୋଭିସିଲ୍ଡ-କୋଭ୍ୟାକ୍ସିନ ଟିକା ସୁରକ୍ଷିତ। ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ।   

Also Read: 'କୋଭିଡ୍ ଟିକା ନେଲେ ମଣିଷ ପାଲଟିବ କୁମ୍ଭୀର,ମହିଳାଙ୍କ ମୁହଁରେ ଉଠିବ ଦାଢି'

ରବିବାର ଏସଆଇଆଇ ସିଇଓ ଆଦର ପୁନୱାଲା ଏକ ସାକ୍ଷାତକାରରେ କହିଥିଲେ କୋରୋନା ମହାମାରୀ ବିରୁଦ୍ଧରେ କେବଳ ୩ଟି ଟିକା ହେଉଛି ପ୍ରଭାବଶାଳୀ। ତାହା ହେଉଛି ଫାଇଜର, ମଡର୍ଣ୍ଣା, ଅକ୍ସଫୋର୍ଡ-ଆଷ୍ଟ୍ରୋଜେନକା। ବାକି ସବୁ ପାଣିର ଗାର ଭଳି ପ୍ରଭାବୀ। ଏହାର ଜବାବରେ ଭାରତ ବାୟୋଟେକ ସିଏମଡି କୃଷ୍ଣା ଇଲା ଏକ ସାମ୍ବାଦିକ ସମ୍ମିଳନୀ କରି ଏସଆଇଆଇ ସିଇଓଙ୍କୁ ଜବାବ ଦେଇଥିଲେ। କେତେକ କମ୍ପାନୀ ଆମ ଦ୍ୱାରା ପ୍ରସ୍ତୁତ ଟିକାକୁ ପାଣି ସହ ତୁଳନା କରିଛନ୍ତି। ମୁଁ ଏହାକୁ ଅସ୍ୱୀକାର କରୁଛି। ଆମେ ବୈଜ୍ଞାନିକ। ଆମର ପରୀକ୍ଷା କେହି ପ୍ରଶ୍ନ ନଉଠାନ୍ତୁ।  

ତୃତୀୟ ପର୍ଯ୍ୟାୟ ତଥ୍ୟ ବିନା କୋଭାକ୍ସିନଙ୍କ ନିଷ୍ପତ୍ତି ଉପରେ ଆଇସିଏମଆର ଡିଜି ଡ.ବଳରାମ ଭାର୍ଗବ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ନୂତନ ଡ୍ରଗ୍ ଏବଂ କ୍ଲିନିକାଲ୍ ଟ୍ରାଏଲ୍ ନିୟମ ମାର୍ଚ୍ଚ ୨୦୧୯ ଅନୁଯାୟୀ ଯଦି ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ ସୁରକ୍ଷିତ ବୋଲି ଜଣାପଡେ ତାହେଲେ ଏହି ଆଧାରରେ ଗୋଟିଏ ଟିକା ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ ପାଇପାରିବ।       

ଡକ୍ଟର ବଳରାମ ଭାର୍ଗବଙ୍କ ଅନୁଯାୟୀ, କୋଭିସିଲ୍ଡ ଦ୍ୱାରା ପଶୁଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିଲା। ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ୧୦୭୭ ସ୍ବେଚ୍ଛାସେବୀଙ୍କୁ ଔଷଧ ଦିଆଯାଇଥିଲା। ଯାହା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୫୬୦ ସ୍ୱେଚ୍ଛାସେବୀଙ୍କୁ ଟୀକାକରଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ବୃଦ୍ଧଙ୍କ ଠାରେ କମ୍ ପାର୍ଶ୍ୱ ପ୍ରତିକ୍ରିୟା ରହିଥିଲା। ବୃଦ୍ଧାବସ୍ଥାରେ ରୋଗ ପ୍ରତିରୋଧକ ଶକ୍ତି ପୁଣି ଥରେ ଶକ୍ତିଶାଳୀ ହୋଇଉଠିଥିଲା। ଏହି ଟୀକାକରଣର ତୃତୀୟ ପର୍ଯ୍ୟାୟ ୧୧୬୩୬ ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଇଥିଲା। ଏହି ସମସ୍ତ ଲୋକ ବ୍ରିଟେନ ଏବଂ ବ୍ରାଜିଲର ଥିଲେ। ଗତ ବର୍ଷ ଡିସେମ୍ବର ୮ ତାରିଖରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମୋଟ ପ୍ରଭାବ ୭୦.୪ ପ୍ରତିଶତ ବୋଲି ଜଣାପଡିଛି। 

Also Read: ୩ କୋଟି ଟିକା ପାଇଁ ସିରମ ସହିତ ଚୁକ୍ତି ସ୍ୱାକ୍ଷର କଲା ବାଂଲାଦେଶ

 

ଏହା ସହିତ ୧୮ ବର୍ଷରୁ ଅଧିକ ୧୬୦୦ଲୋକ ଭାରତରେ ଚାଲିଥିବା ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ଭାଗ ନେଇଥିଲେ। ସେଥିମଧ୍ୟରୁ ୯୦୦ ଲୋକଙ୍କୁ କୋଭିଶିଲ୍ଡ ଏବଂ 300 ପ୍ଲେସେବୋ ଅର୍ଥାତ୍ ଟିକା ଭଳି ସରଳ ଇଞ୍ଜେକ୍ସନ ଦିଆଯାଇଥିଲା। ଏହାର ତଥ୍ୟ ଏବେ ମଧ୍ୟ ସଂଗ୍ରହ କରାଯାଉଛି। ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ ହେଉଥିବାର ଜଣାପଡିଛି। କୋଭିଶିଲ୍ଡ ବ୍ରିଟେନର ଟିକା ଠାରୁ କମ୍ ନୁହେଁ।  

ଆଇସିଏମଆର ଡିଜି ଡକ୍ଟର ବଳରାମ ଭରଭା କହିଛନ୍ତି ଯେ କୋଭାକ୍ସିନ ପ୍ରାଣୀଙ୍କ ଉପରେ ଉତ୍କୃଷ୍ଟ ଫଳାଫଳ ମିଳିଛି। ଏହି ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ୧୮-୫୫ ବର୍ଷ ମଧ୍ୟରେ ୩୭୫ ଜଣଙ୍କୁ ଏହି ପରୀକ୍ଷଣରେ ଅନ୍ତର୍ଭୂକ୍ତ କରାଯାଇଥିଲା। ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟରେ ୧୨-୬୫ ବର୍ଷ ବୟସର ୩୮୦ ଲୋକଙ୍କୁ ଟିକା ଦିଆଯାଇଥିଲା। ଉଭୟ ପର୍ଯ୍ୟାୟରେ ସ୍ବେଚ୍ଛାସେବୀଙ୍କ ମଧ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇନଥିଲା। ଟୀକାକରଣ ପରେ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ ହୋଇଥିଲା।

Also Read: ଆସନ୍ତାକାଲିଠୁ କୋରୋନା ଟିକା ବଣ୍ଟନ ପାଇଁ ଡ୍ରାଏ ରନ୍, ୪ ରାଜ୍ୟରେ ରିହର୍ସାଲ

 

ଡକ୍ଟର ଭାର୍ଗବଙ୍କ କହିବା ଅନୁସାରେ  ତୃତୀୟ ପର୍ଯ୍ୟାୟରେ ୨୫୮୦୦ ସ୍ବେଚ୍ଛାସେବୀଙ୍କୁ କୋଭାକ୍ସିନ ଟିକା ଦିଆଯିବ। ସେଥିମଧ୍ୟରୁ ୨୪ ହଜାର ଟୀକାକରଣ କରାଯାଇଛି। ଏହି ୨୪ ହଜାର ମଧ୍ୟରୁ ୫ହଜାର ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟ ଔଷଧ ଦିଆଯାଇଛି। ସମସ୍ତ ସ୍ବେଚ୍ଛାସେବୀଙ୍କ ଠାରେ ଏହି ଔଷଧ ସୁରକ୍ଷିତ ଥିବା ଜଣାପଡିଛି ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇନାହିଁ।