• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଶିଶୁଙ୍କ ପାଇଁ କେବେ ମିଳିବ କୋରୋନା Vaccine, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଖୁଲାସା...

AIIMS ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଗତ ସପ୍ତାହରେ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ -19 ଟିକା ବ୍ୟବହାର ଅନୁମୋଦନ ହୋଇପାରିବ ।

ଶିଶୁଙ୍କ ପାଇଁ କେବେ ମିଳିବ କୋରୋନା Vaccine, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କଲେ ଖୁଲାସା...

ନୂଆଦିଲ୍ଲୀ: ଭାରତରେ କୋରୋନାଭାଇରସ୍ ଦ୍ୱିତୀୟ ଲହର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ହେଲେ କିଛି ସ୍ଥାନରେ କୋରୋନା ସଂକ୍ରମଣ ପୁନଃ ବୃଦ୍ଧି ପାଉଥିବା ବେଳେ ତୃତୀୟ ଲହରର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସେପଟେ ବିଶେଷଜ୍ଞଙ୍କ କହିବାକଥା ତୃତୀୟ ଲହରରେ ବେଶି ପ୍ରଭାବିତ ହୋଇପାରନ୍ତି ଶିଶୁ । ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା (Mansukh Mandaviya) ଦେଶରେ କେବେ ଶିଶୁଙ୍କ ପାଇଁ ଟିକା ଉପଲବ୍ଧ ହେବ ସେ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି । ଶିଶୁମାନଙ୍କ ପାଇଁ କୋରୋନା ଟିକା ଆସନ୍ତା ମାସ ସୁଦ୍ଧା ଦେଶରେ ପହଞ୍ଚିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି । ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ।

ଏଠାରେ କହିରଖୁଛୁ ଯେ, ଦେଶରେ ଶିଶୁ ମାନଙ୍କ ପାଇଁ ଜାଇଡସ୍ କାଡିଲା ଟିକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି । ଏଥି ସହିତ, ଭାରତ ବାୟୋଟେକ୍ (Bharat Biotech)  ପିଲାମାନଙ୍କ ପାଇଁ କୋରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପରିଚାଳନାରେ ମଧ୍ୟ ନିୟୋଜିତ ଅଛି । AIIMS ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଗତ ସପ୍ତାହରେ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ -19 ଟିକା ବ୍ୟବହାର ଅନୁମୋଦନ ହୋଇପାରିବ ।

Also Read: IND VS SL: ସ୍ଥଗିତ ରଖାଗଲା ଦ୍ୱିତୀୟ ଟି-୨୦ ମ୍ୟାଚ୍, କୋରୋନା ପଜିଟିଭ୍ ହେଲେ କ୍ରୁନାଲ ପାଣ୍ଡ୍ୟା

ସେପଟେ ଦେଶରେ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ୧୮ବର୍ଷରୁ ଅଧିକ ବର୍ଗଙ୍କୁ କୋରୋନା ଟିକା (Corona Vaccination) ଅଭିଯାନ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୪୪.୧୯ କୋଟି ଟିକା ଡୋଜ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୪.୬୫ କୋଟି ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ୯.୫୩ କୋଟି ଲୋକ ଡବଲ ଡୋଜ ପାଇଛନ୍ତି। 

Also Read: କୋରୋନା ଟିକା ନ ଲଗାଇଥିବା ଶିକ୍ଷକମାନଙ୍କର କଟାଯିବ ୧ ମାସର ଦରମା

ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministrey) ଦ୍ୱାରା ପ୍ରକାଶିତ ସବିଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ହଜାର ୬୮୯ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି। ଗତ ୧୩୨ ଦିନରେ ଗୋଟିଏ ଦିନରେ ରିପୋର୍ଟ ହୋଇଥିବା ଏହା ହେଉଛି ସର୍ବନିମ୍ନ ସଂଖ୍ୟା । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୫ କୋରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ମହାମାରୀ (Corona Pandemic) ହେତୁ ଏପର୍ଯ୍ୟନ୍ତ ୪ ଲକ୍ଷ ୨୧ ହଜାର ୩୮୨ ଲୋକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୬ ଲକ୍ଷ ୨୧ ହଜାର ୪୬୯ଲୋକ ଆରୋଗ୍ୟ ହୋଇଛନ୍ତି ଏବଂ ଦେଶରେ ରିକଭରି ପ୍ରତିଶତ ହାର ୯୭.୩୯ ପ୍ରତିଶତକୁ ବୃଦ୍ଧି ପାଇଛି।