ସରକାର ଆସନ୍ତା ୫ ମାସ ପାଇଁ ସରକାରୀ କର୍ମଚାରୀଙ୍କ ଦରମା ମାସକୁ ୬ ଦିନ କଟିବେ । ଯେଉଁ କର୍ମଚାରୀଙ୍କ ଦରମା ମାସରେ ୨୦,୦୦୦ରୁ କମ୍ ରହିଛି । ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।
Trending Photos
)
ଥିରୁବନନ୍ତପୁରମ୍: କୋରୋନା ଭାଇରସ୍ ମହାମାରୀ ବିରୋଧରେ 'ଯୁଦ୍ଧ'ରେ ପାଣ୍ଠି ସଂଗ୍ରହ କରିବାକୁ କେରଳ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ସରକାର ଆସନ୍ତା ୫ ମାସ ପାଇଁ ସରକାରୀ କର୍ମଚାରୀଙ୍କ ଦରମା ମାସକୁ ୬ ଦିନ କଟିବେ । ଯେଉଁ କର୍ମଚାରୀଙ୍କ ଦରମା ମାସରେ ୨୦,୦୦୦ରୁ କମ୍ ରହିଛି । ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଏହି ଆଦେଶରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ମନ୍ତ୍ରୀ, ବିଧାୟକ, ବିଭିନ୍ନ ବୋର୍ଡର ସଦସ୍ୟ, ସ୍ଥାନୀୟ ୟୁନିଟ୍ ସଂସ୍ଥାର ସଦସ୍ୟ, ବିଭିନ୍ନ କମିଶନର ସଦସ୍ୟମାନେ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ୍ ଦରମା ପାଇବେ । ଅନ୍ୟପକ୍ଷେ ଏହି ଆଦେଶ ସେମାନଙ୍କ ପାଇଁ ଲାଗୁ ହେବନାହିଁ, ଯେଉଁମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ସିଏମଡିଆରଏଫ)ରେ ଏକ ମାସର ରାଶି ପ୍ରଦାନ କରିଛନ୍ତି ।
ଏଥିରେ କୁହାଯାଇଛି ଯେ, ଆସନ୍ତା ୫ ମାସ ପାଇଁ ପ୍ରତି ମାସରେ ୬ ଦିନର ଦରମା କଟାଯିବ । ରାଜ୍ୟ ଅଧୀନରେ ଥିବା ସମସ୍ତ ପ୍ରତିଷ୍ଠାନ, ସାର୍ବଜନୀନ କ୍ଷେତ୍ର, ଅର୍ଦ୍ଧ-ସରକାରୀ ସଂଗଠନ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହା ଲାଗୁ ହେବ । କୋରୋନା ଭୂତାଣୁ ମହାମାରୀ ପୂର୍ବରୁ ଦୁର୍ବଳ ଆର୍ଥିକ ସ୍ଥିତିକୁ ଆହୁରି ଖରାପ କରିଦେଇଛି । କୃଷି, ଶିଳ୍ପ ଏବଂ ଅସଂଗଠିତ କ୍ଷେତ୍ରରେ ଜୀବିକା ପ୍ରଭାବିତ ହୋଇଛି ।
ସୂଚନାଯୋଗ୍ୟ ଯେ, ବୁଧବାର ହୋଇଥିବା ବୈଠକରେ ଆସନ୍ତା ୫ ମାସ ପାଇଁ ରାଜ୍ୟ କ୍ୟାବିନେଟ ପ୍ରତି ମାସରେ ୬ ଦିନର ଦରମା କାଟିବାର କରିବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ପି ବିଜୟନ ପୂର୍ବରୁ କହିଥିଲେ ଯେ, ସରକାରୀ କର୍ମଚାରୀ ଏବଂ ସହଯୋଗୀ ସଂଗଠନର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଏକ ମାସର ଦରମା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ବିଜୟନ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସେତେବେଳେ କଟାଯାଇଥିବା ରାଶି ଫେରସ୍ତକୁ ମଧ୍ୟ ବିଚାର କରାଯିବ । ତେବେ ସରକାରୀ ଆଦେଶରେ ଏହା ଉଲ୍ଲେଖ କରାଯାଇ ନାହିଁ ।