)
ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସର ସଂକ୍ରମଣ ବଢ଼ିଚାଲିଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର କଲାଣି । ସେହିପରି ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୪୨ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ କେବଳ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯୦ ହଜାରରେ ପହଞ୍ଚିଲାଣି । ସେହିପରି ମହାରାଷ୍ଟ୍ରରେ ଦିନକରେ ୫ ହଜାର ୫୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid19india.org ମୁତାବକ ବୁଧବାର ରାତି ମଧ୍ୟରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର କରିସାରିଛି । ଏପର୍ଯ୍ୟନ୍ତ ଦେଶରେ ୬ଲକ୍ଷ ୧ ହଜାର ୯୫୨ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ସାଢ଼େ ୩ ଲକ୍ଷରୁ ଉର୍ଦ୍ଧ୍ୱ ସୁସ୍ଥ ମଧ୍ୟ ହେଲେଣି । ସେହିପରି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ହଜାର ୭୮୫ ରହିଛି ।
କୋରୋନା ଯୋଗୁ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧ ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ୨୮ ପାର କରିଛି । ସେହିପରି ତେଲେଙ୍ଗାନାରେ ଆଜି ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟରେ ୧ ହଜାର ୧୮ ମାମଲା ସାମ୍ନାକୁ ଆସିଛି । ୭ ଜଣ କୋରୋନା ଯୋଗୁ ପ୍ରାଣ ମଧ୍ୟ ହରାଇଛନ୍ତି ।
ଅନ୍ୟପଟେ ସିଆରପିଏଫରେ ୧୩୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ଆଉ ଏହାକୁ ମିଶାଇ ସିଆରପିଏଫର ୧୩୮୫ ଜଣ କୋରୋନା ଆକ୍ରାନ୍ତ ହେଲେଣି ।