କୋରୋନା କଲର ଟ୍ୟୁନରୁ ହଟିଲା ବିଗ ବିଙ୍କ ସ୍ୱର, ଏବେ ଅଛି କାହା ସ୍ୱର ?
Advertisement

କୋରୋନା କଲର ଟ୍ୟୁନରୁ ହଟିଲା ବିଗ ବିଙ୍କ ସ୍ୱର, ଏବେ ଅଛି କାହା ସ୍ୱର ?

ଆଜିଠାରୁ ବଦଳିବ କୋରୋନା କଲର ଟ୍ୟୁନ । ବଲିଉଡ଼ର ବିଗ ବିଙ୍କ ବାର୍ତ୍ତାକୁ ପରିବର୍ତ୍ତନ କରାଯାଇ ଜଣେ ମହିଳା କଳାକାରଙ୍କ ସ୍ୱରକୁ ସ୍ଥାନ ଦିଆଯିବ। 

 

ଫାଇଲ ଫଟୋ

ନୂଆଦିଲ୍ଲୀ; କୋରୋନା ମହାମାରୀ ଆରମ୍ଭ ହେବା ପରେ ସଭିଁଙ୍କୁ ସଚେତନ କରିବାକୁ ପ୍ରଥମେ ଫୋନର କଲର ଟ୍ୟୁନରେ ଶୁଣିବାକୁ ମିଳିଲା ବଲିଉଡର ସେହେନସା ଅମିତାଭ ବଚ୍ଚନଙ୍କ ସ୍ବର । ଏକଥା ଆପଣଙ୍କୁ ନିଶ୍ଚିତ ଭାବେ ଜଣାଥିବ ଯେ, ଯଦି ଆପଣ କାହାକୁ କଲ କରିବା ପୂର୍ବରୁ କିଛି ସେକେଣ୍ଡର ଏହି ସଚେତନତା ବାର୍ତ୍ତା ବାଧ୍ୟତାମୂଳକ କରାଯାଇଥିଲା । ତେବେ ଆପଣଙ୍କୁ ଏହା କହି ରଖୁଛୁ ଯେ, ମିଳିଥିବା ସୂଚନା ମୁତାବକ, ଏବେ ଆଉ ଏହି ସ୍ୱର ଆପଣଙ୍କୁ ଶୁଣିବାକୁ ମିଳିବନି ।

ତେବେ ସୂଚନା ଅନୁସାରେ, ଏବେ ଅମିତାଭ ବଚ୍ଚନ (Amitabh Bachchan)ଙ୍କ ସ୍ୱର ବଦଳରେ ଜଣେ ମହିଳା କଳାକାର (Female artist) ଙ୍କ ସ୍ୱର ଶୁଣିବାକୁ ମିଳିବ । ବିଗ ବି (Big B) ଙ୍କ ବାର୍ତ୍ତା ଦ୍ୱାରା ଆପଣ ଜାଣିବାକୁ ପାଉଥିଲେ କି କେମିତି କୋରୋନା ମହାମାରୀ (Corona Pandemic) ଠାରୁ ଦୂରେଇ ରହିବେ । କେମିତି ସାମାଜିକ ଦୂରତ୍ବ (Social Distance) ମାନିବେ ଓ ମାସ୍କ (Mask) ବ୍ୟବହାର କରିବେ। ମାତ୍ର ଏବେ କେନ୍ଦ୍ର ସରକାର ( Central Government) ଏହାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । 

ହେଲେ ଆପଣ ମାନେ ଏକଥା ବି ଜାଣିବା ଦରକାର କି ବଲିଉଡ଼ (Bollywood) ର ଏହି ମହାନାୟକଙ୍କ ବାର୍ତ୍ତା (Message) କୁ ପରିବର୍ତ୍ତନ କରାଯାଇ ଜଣେ ମହିଳା କଳାକାରଙ୍କ ସ୍ୱର (Voice) କୁ ସ୍ଥାନ ଦିଆଯିବ । ଗୋଟେପଟେ ବିଗ ବି କୋରୋନା ସଚେତନତା (Corona Awarness) ବାର୍ତ୍ତା ଦେଇଥିବା ବେଳେ ଏବେ କଲର ଟ୍ୟୁନ (Caller Tune)ରେ ଶୁଣିବାକୁ ମିଳିବା କୋରୋନା ଭ୍ୟାକସିନ (Corona Vaccine) ସମ୍ପର୍କରେ । ଦେଶବ୍ୟାପି ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୬ ତାରିଖରେ କୋରୋନା ଟିକାକରଣ (Corona Vaccination) ଆରମ୍ଭ ହେବାକୁ ଯାଉଛି । ଯାହାକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଖବର ଅନୁଯାୟୀ, ଶୁକ୍ରବାର ଅର୍ଥାତ ୧୫.୧.୨୦୨୧ ରୁ ଏହି କଲର ଟ୍ୟୁନ ଆଉ ଶୁଣିବାକୁ ମିଳିବନି । ଏହାପରେ ଯେଉଁ କଲର ଟ୍ୟୁନ (Caller Tune) ରହିବ ତାହା କେବଳ କୋରୋନା ଟିକାକରଣ (Corona Vaccination) ଉପରେ ହିଁ ରହିବ । ଟିକାକରଣ ଉପରେ ଅନେକ ଗୁଜବ (Fraud Message) ମଧ୍ୟ ଆସିପାରେ ଯେଉଁଥିରୁ ଦୁରେଇ ରହିବାକୁ ଏହି କଲର ଟ୍ୟୁନରେ ସଚେତନ କରାଯିବ । ଆଉ ଏହି କୋରୋନା ଟିକାକରଣ ସମ୍ବନ୍ଧୀୟ କଲର ଟ୍ୟୁନରେ ମହିଳା ଜସଲିନ ଭଲ୍ଲା (Jaslin bhalla)ଙ୍କ ସ୍ୱର ଶୁଣିବାକୁ ମିଳିବ ।