• ଦେଶରେ ଟିକାକରଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଜାରି କଲା ସୂଚୀ
  • ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୬ ଦିନ ଟିକାକରଣ । ଗୋଆରେ ମାତ୍ର ଦୁଇଦିନ ଟିକାକରଣ ।
  • ଓଡ଼ିଶାରେ ୩ ଦିନ ଟିକାକରଣ । ସୋମବାର, ଗୁରୁବାର ଓ ଶନିବାର ଦିଆଯିବ କୋରୋନା ଟିକା ।
  • କେନ୍ଦୁଝରରେ ପିସିସିଙ୍କ ଗାଡ଼ି ଅଟକାଇ ଆକ୍ରମଣ । ଟାଉନଥାନାରେ ଏତଲା ।
  • ଆନ୍ଦୋଳନକୁ ନେଇ କୃଷକ ସଂଗଠନର କଠୋର ଆଭିମୁଖ୍ୟ: ଦାବି ପୂରଣ ନହେଲେ ୨୦୨୪ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ
  • ୨୬ରେ ଟ୍ରାକ୍ଟର ରାଲି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ।
  • ଖୋଲିଲା ମା' ତାରିଣୀଙ୍କ ପୀଠ । କେବଳ ଦର୍ଶନ ପାଇଁ ଅନୁମତି । କୋରୋନା କଟକଣା ପାଇଁ ବନ୍ଦ ଥିଲା ମନ୍ଦିର ।

କୋରୋନାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲେ ବ୍ରିଟେନ ବୈଜ୍ଞାନିକ

କୋରୋନା ଭାଇରସକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ବ୍ରିଟେନ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଏହି ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି। ବୈଜ୍ଞାନିକ ସାର ପାଟ୍ରିକ ଓ୍ୱାଲେନସ କହିଛନ୍ତି କି, କୋରୋନା ଭାଇରସ ଟିକାରେ ସମ୍ପୂର୍ଣ୍ଣ ଭାବେ କମିବ ନାହିଁ। କୋରୋନା ସଂକ୍ରମିତ ଟିକା ନେଲେ ମଧ୍ୟ ଶତ ପ୍ରତିଶତ କୋରୋନାରୁ ମୁକ୍ତି ମିଳିବ ନାହିଁ।

କୋରୋନାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲେ ବ୍ରିଟେନ ବୈଜ୍ଞାନିକ

ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ବ୍ରିଟେନ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା ଏହି ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି। ବୈଜ୍ଞାନିକ ସାର ପାଟ୍ରିକ ଓ୍ୱାଲେନସ କହିଛନ୍ତି କି, କୋରୋନା ଭାଇରସ ଟିକାରେ ସମ୍ପୂର୍ଣ୍ଣ ଭାବେ କମିବ ନାହିଁ। କୋରୋନା ସଂକ୍ରମିତ ଟିକା ନେଲେ ମଧ୍ୟ ଶତ ପ୍ରତିଶତ କୋରୋନାରୁ ମୁକ୍ତି ମିଳିବ ନାହିଁ। ପ୍ରତିବର୍ଷ ଏହାର ପ୍ରଭାବ ଦେଖିବାକୁ ମିଳିବ। ଥଣ୍ଡା ଦେଶ ଗୁଡ଼ିକରେ ଏହାର ମାତ୍ରା ଅଧିକ ରହିବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ: ଟ୍ୱିଟକୁ ନେଇ ଝଡ଼, ପଦାରେ ପଡ଼ିଲା ନେତାଙ୍କ ଯୋଗ୍ୟପଣ

ସେ ଆହୁରି ମଧ୍ୟ କହିଛନ୍ତି କି କୋରୋନା ଟିକା ଦ୍ୱାରା କିନ୍ତୁ ସଂକ୍ରମଣର ମାତ୍ରା ଯଥେଷ୍ଟ କମିଯିବ ବୋଲି ସେ କହିଛନ୍ତି। ଲୋକମାନଙ୍କୁ ଗୁରୁତର ହେବାରୁ ଏହା ରକ୍ଷା କରିପାରିବ ବୋଲି ସେ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି। ବୈଜ୍ଞାନିକ ସାର୍ ପାଟ୍ରିକ୍ ଓ୍ୱାଲେନସ ବ୍ରିଟେନର ସାଂସଦମାନଙ୍କର ଏକ କମିଟିକୁ ସୂଚନା ଦେଇ କହିଛନ୍ତି ଯେ ସେମାନେ ଭାବୁନାହାଁନ୍ତି ଯେ ଆସନ୍ତା ବର୍ଷ ବସନ୍ତ ଋତୁ ପୂର୍ବରୁ ଏହି ଟିକା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ଭବିଷ୍ୟତରେ କୋରୋନାରୁ ଚିକିତ୍ସା ପ୍ରତି ଶୀତରେ ହେଉଥିବା ଫ୍ଲୁ ପରି ହେବ ବୋଲି ସେ କହିଛନ୍ତି। ନିରୂପଣକାରୀ ଟିକା ସହିତ କୋରୋନାର ବିଲୋପ ହେବାର ସମ୍ଭାବନା ନାହିଁ।

ଅଧିକ ପଢନ୍ତୁ: ୩ ମାସ ପରେ ଦେଶରେ କମିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ବୈଜ୍ଞାନିକ ସାର୍ ପାଟ୍ରିକ୍ ଓ୍ୱାଲେନସ କହିଛନ୍ତି ଯେ ଫ୍ଲୁ, ଏଚ୍‌ଆଇଭି ଏବଂ ମ୍ୟାଲେରିଆ ଜୀବାଣୁ ଭଳି କୋରୋନା ମହାମାରୀ ମଧ୍ୟ ପରିଣତ ହେବ। ସେ ଯୁକ୍ତି କରିଛନ୍ତି ଯେ କୋରୋନା ଜୀବାଣୁ ସମ୍ପୂର୍ଣ୍ଣ ରୂପେ ବିଲୋପ ହେବ ନାହିଁ କାରଣ ଏହା ବହୁ ପରିମାଣରେ ଏହା ପ୍ରସାରିତ ହୋଇସାରିଛି। ସାର୍ ପାଟ୍ରିକଙ୍କ ଅନୁଯାୟୀ, ଟିକାକରଣର ଉପଯୋଗିତା ଏବଂ ବାସ୍ତବତା ଜାଣିବାକୁ ଆଉ କିଛି ମାସ ଲାଗିବ।

ପାଟ୍ରିକ ଆହୁରି ମଧ୍ୟ କହିଛନ୍ତି କି, ସରକାରୀ ଅଧିକାରୀ କିମ୍ବା ବିଶ୍ୱର ପ୍ରମୁଖ ରାଷ୍ଟ୍ର ଗୁଡିକ ବିଶ୍ୱବାସୀଙ୍କୁ ବଡ଼ ବଡ଼ ପ୍ରତିଶୃତି ଦେବାର ଆବଶ୍ୟକତା ନାହିଁ। ମିଛ ପ୍ରତିଶୃତି ଦେଇ ବିଶ୍ୱବାସୀଙ୍କୁ ଅନ୍ଧାରରେ ରଖିବା ପରିବର୍ତ୍ତେ କୋରୋନା ସହିତ ଜଡ଼ିତ ତଥ୍ୟକୁ ବିଶ୍ୱବାସୀଙ୍କୁ ଜଣାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।