ସୁପ୍ରିମକୋର୍ଟରେ କୋରୋନାର ପ୍ରଥମ ମାମଲା, ଜଣେ କର୍ମଚାରୀ ହେଲେ ସଂକ୍ରମିତ
Advertisement
Article Detail0/zeeodisha/odisha673423

ସୁପ୍ରିମକୋର୍ଟରେ କୋରୋନାର ପ୍ରଥମ ମାମଲା, ଜଣେ କର୍ମଚାରୀ ହେଲେ ସଂକ୍ରମିତ

ଅନ୍ୟପକ୍ଷେ ୨ ରେଜିଷ୍ଟ୍ରାରଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ କରାଯାଇଛି । ବର୍ତ୍ତମାନ କୋରୋନା ଆକ୍ରାନ୍ତ କର୍ମଚାରୀଙ୍କ ସମ୍ପର୍କରେ ଥିବା ଅବଶିଷ୍ଟ ଲୋକଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟରେ ଦେଶରେ କୋରୋନା ଭାଇରସ ମାମଲା ୨୮ ହଜାର ଅତିକ୍ରମ କରିଛି ।

ସୁପ୍ରିମକୋର୍ଟରେ କୋରୋନାର ପ୍ରଥମ ମାମଲା, ଜଣେ କର୍ମଚାରୀ ହେଲେ ସଂକ୍ରମିତ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତ କୋରୋନା ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହି ପରିସ୍ଥିତିରେ ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ କୋରୋନା ସଙ୍କଟ ମଧ୍ୟରେ କୋଭିଡ-19 ମାମଲା ମଧ୍ୟ ସୁପ୍ରିମକୋର୍ଟରୁ ସାମ୍ନାକୁ ଆସିଛି । ସର୍ବୋଚ୍ଚ ନ୍ୟାୟାଳୟର ଜଣେ କର୍ମଚାରୀଙ୍କୁ କୋରୋନା ପଜିଟିଭ୍ ବୋଲି ଜଣାପଡିଛି । କୋରୋନା ସଂକ୍ରମିତ ହୋଇଥିବା କର୍ମଚାରୀ ଏପ୍ରିଲ ୧୬ରେ କୋର୍ଟକୁ ଆସିଥିଲେ । 

ଅନ୍ୟପକ୍ଷେ ୨ ରେଜିଷ୍ଟ୍ରାରଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ କରାଯାଇଛି । ବର୍ତ୍ତମାନ କୋରୋନା ଆକ୍ରାନ୍ତ କର୍ମଚାରୀଙ୍କ ସମ୍ପର୍କରେ ଥିବା ଅବଶିଷ୍ଟ ଲୋକଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟରେ ଦେଶରେ କୋରୋନା ଭାଇରସ ମାମଲା ୨୮ ହଜାର ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୮ ହଜାର ୩୮୦ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୬୩ଟି ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି । ଏହାସହ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୬୦ ହୋଇଛି । ଏଥିସହ ଦେଶରେ କୋରୋନା କାରଣରୁ ୮୮୬ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୬ ହଜାର ୩୬୨ କୋରୋନା ଆକ୍ରାନ୍ତ ଏହି ମହାମାରୀ ଭାଇରସକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ।

;