Advertisement
Article Detail0/zeeodisha/odisha671539
Zee OdishaOdisha National-Internationalକୋରୋନାର ପ୍ରକୋପ: ଦେଢ଼ ବର୍ଷ ଯାଏ ବଢ଼ିବନି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA)

କୋରୋନାର ପ୍ରକୋପ: ଦେଢ଼ ବର୍ଷ ଯାଏ ବଢ଼ିବନି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA)

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ, ଜାନୁଆରୀ ୧, ୨୦୨୦ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ଏବଂ କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ଭୋଗୀଙ୍କୁ ମହଙ୍ଗା ରିଲିଫ୍‌ର ଅତିରିକ୍ତ କିସ୍ତି ପ୍ରଦାନ କରାଯିବ ନାହିଁ ।

କୋରୋନାର ପ୍ରକୋପ: ଦେଢ଼ ବର୍ଷ ଯାଏ ବଢ଼ିବନି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA)

ନୂଆଦିଲ୍ଲୀ: କୋରୋନା ଭାଇରସ୍ ସଙ୍କଟ ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖରାପ ଖବର ରହିଛି । ତାହା ହେଉଛି ଜାନୁୟାରୀ ୧, ୨୦୨୦ରୁ ଜୁଲାଇ ୧, ୨୦୨୧ ମଧ୍ୟରେ ମହଙ୍ଗା ଭତ୍ତା ହାରକୁ ସଂଶୋଧନ ନକରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମୟରେ ମହଙ୍ଗା ଭତ୍ତା ପ୍ରଚଳିତ ହାରରେ (17 ପ୍ରତିଶତ) ପ୍ରଦାନ କରାଯିବ ।  ଜୁଲାଇ ୧, ୨୦୨୧ରେ ସଂଶୋଧନ ସମୟରେ ମଧ୍ୟ ଦେଢ଼ ବର୍ଷର ଏହି ଅବଧିର ବକେୟା ପ୍ରଦାନ କରାଯିବ ନାହିଁ ।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ, ଜାନୁଆରୀ ୧, ୨୦୨୦ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ଏବଂ କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ଭୋଗୀଙ୍କୁ ମହଙ୍ଗା ରିଲିଫ୍‌ର ଅତିରିକ୍ତ କିସ୍ତି ପ୍ରଦାନ କରାଯିବ ନାହିଁ । ଜୁଲାଇ ୧, ୨୦୨୦ ଏବଂ ଜାନୁୟାରୀ ୧, ୨୦୨୧ରୁ ଦେୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ର ଅତିରିକ୍ତ କିସ୍ତି ମଧ୍ୟ ପ୍ରଦାନ କରାଯିବ ନାହିଁ । ଅନ୍ୟପକ୍ଷେ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବର୍ତ୍ତମାନର ହାରରେ ପ୍ରଦାନ କରାଯିବ । ଏହା ଦ୍ୱାରା ଏକ କୋଟି ୧୩ ଲକ୍ଷ ୬୦ ହଜାର ପରିବାର ପ୍ରଭାବିତ ହେବେ ।

Add Zee News as a Preferred Source
About the Author