Advertisement
Article Detail0/zeeodisha/odisha673750
Zee OdishaOdisha National-Internationalଆଉ ଏକ ରାଜ୍ୟରେ ଏକାଦଶ ଶ୍ରେଣୀର ସମସ୍ତ ବିଦ୍ୟାର୍ଥୀଙ୍କୁ କରାଗଲା ପାସ୍, ବିନା ପରୀକ୍ଷାରେ ପ୍ରବେଶ କଲେ ଦ୍ୱାଦଶ ଶ୍ରେଣୀ

ଆଉ ଏକ ରାଜ୍ୟରେ ଏକାଦଶ ଶ୍ରେଣୀର ସମସ୍ତ ବିଦ୍ୟାର୍ଥୀଙ୍କୁ କରାଗଲା ପାସ୍, ବିନା ପରୀକ୍ଷାରେ ପ୍ରବେଶ କଲେ ଦ୍ୱାଦଶ ଶ୍ରେଣୀ

ମଣିପୁରର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କ୍ଲାସ୍ ୧୧ ପରୀକ୍ଷା ଫେବୃଆରୀ ମଧ୍ୟଭାଗରେ ପାଞ୍ଚଟି ବିଷୟ ଉପରେ ପ୍ରଶ୍ନପତ୍ର ଲିକ୍ ହେବା ପରେ ବାତିଲ କରାଯାଇଥିଲା । ଏହା ପରେ ୫ଟି ବିଷୟର ନୂଆ ପରୀକ୍ଷା କରାଯିବ ବୋଲି ପରିଷଦ ତରଫରୁ ଘୋଷଣା କରାଯାଇଥିଲା । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକାଦଶ ଶ୍ରେଣୀର ଛାତ୍ରମାନଙ୍କୁ କୌଣସି ପରୀକ୍ଷା ନ ଦେଇ ପାସ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଏହି ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି । ଫଳରେ ବିଦ୍ୟାର୍ଥୀମାନେ ଅଧ୍ୟୟନ ପାଇଁ ନିଜ ନିଜ ବିଦ୍ୟାଳୟ, କଲେଜ ଓ ୟୁନିଭର୍ସିଟିକୁ ଯାଇପାରୁ ନାହୁଁ । ଏହି ପରିସ୍ଥିତି ମଣିପୁର ସରକାର ବିନା ପରୀକ୍ଷାରେ ରାଜ୍ୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଠାଇବାକୁ ଅନୁମୋଦନ କରିଛନ୍ତି । ଲକଡାଉନ ଯୋଗୁଁ ସରକାରଙ୍କୁ ବାର୍ଷିକ ପରୀକ୍ଷା ବାତିଲ କରିବାକୁ ପଡିଥିଲା । ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ଶିକ୍ଷା କମିଶନର୍ (ସ୍କୁଲ) ଟି ରଣଜିତ ସିଂ ସୋମବାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ (2019-20) ପାଇଁ ଅନୁଷ୍ଠିତ ପାଇଁ ଏକାଦଶ ଶ୍ରେଣୀର ପରୀକ୍ଷା ହେବ ନାହିଁ । ଛାତ୍ରଛାତ୍ରୀଙ୍କ ପର୍ଯ୍ୟାୟକ୍ରମେ ପରୀକ୍ଷାର ପ୍ରଦର୍ଶନ ଅନୁସାରେ ଦ୍ୱାଦଶ ଶ୍ରେଣୀରେ ସ୍ଥାନ ମିଳିବ । 

ମଣିପୁରର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ କ୍ଲାସ୍ ୧୧ ପରୀକ୍ଷା ଫେବୃଆରୀ ମଧ୍ୟଭାଗରେ ପାଞ୍ଚଟି ବିଷୟ ଉପରେ ପ୍ରଶ୍ନପତ୍ର ଲିକ୍ ହେବା ପରେ ବାତିଲ କରାଯାଇଥିଲା । ଏହା ପରେ ୫ଟି ବିଷୟର ନୂଆ ପରୀକ୍ଷା କରାଯିବ ବୋଲି ପରିଷଦ ତରଫରୁ ଘୋଷଣା କରାଯାଇଥିଲା । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକାଦଶ ଶ୍ରେଣୀର ଛାତ୍ରମାନଙ୍କୁ କୌଣସି ପରୀକ୍ଷା ନ ଦେଇ ପାସ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Add Zee News as a Preferred Source

ଏହାପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାଦଶ ଶ୍ରେଣୀ ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ କୌଣସି ପରୀକ୍ଷା ନ ଦେଇ ପାସ୍ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ (ଡବ୍ଲୁବିବିଏସ୍ଇ) ଦଶମ ପରୀକ୍ଷା ହୋଇସାରିଛି । ପରୀକ୍ଷା ଖାତା ଦେଖା ପ୍ରକ୍ରିୟା ଚାଲିଛି । ପଶ୍ଚିମବଙ୍ଗ ବୋର୍ଡ ଉଚ୍ଚ ମାଧ୍ୟମିକ ପରୀକ୍ଷା ଯଥା ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁନ୍ ମାସରେ ଅନୁଷ୍ଠିତ ହେବ ।

About the Author