କୋରୋନାର ପ୍ରକୋପ: ସଙ୍କଟରେ ଭାରତୀୟ ବିମାନ କ୍ଷେତ୍ରର ୨୯ ଲକ୍ଷ ଚାକିରୀ
Advertisement
Article Detail0/zeeodisha/odisha672024

କୋରୋନାର ପ୍ରକୋପ: ସଙ୍କଟରେ ଭାରତୀୟ ବିମାନ କ୍ଷେତ୍ରର ୨୯ ଲକ୍ଷ ଚାକିରୀ

ଆସୋସିଏସନ କହିଛି ଯେ, ଭାରତୀୟ ବଜାରରୁ କାର୍ଯ୍ୟ କରୁଥିବା ଏୟାରଲାଇନ୍ସର ରାଜସ୍ୱରେ ୮୫ ହଜାର କୋଟିରୁ ଅଧିକ ପ୍ରଭାବ ଦେଖାଦେବ । ୨୦୧୯ ତୁଳନାରେ ଯାତ୍ରୀଙ୍କ ଆୟ ହ୍ରାସ ପାଇବ । IATA ହେଉଛି ଏୟାର ଇଣ୍ଡିଆ, ଭିଷ୍ଟାରା, ଇଣ୍ଡିଗୋ ଏବଂ ସ୍ପାଇସଜେଟ ସମେତ ପ୍ରାୟ ୨୯୦ ବିମାନର ଏକ ଗୋଷ୍ଠୀ ।

କୋରୋନାର ପ୍ରକୋପ: ସଙ୍କଟରେ ଭାରତୀୟ ବିମାନ କ୍ଷେତ୍ରର ୨୯ ଲକ୍ଷ ଚାକିରୀ

ନୂଆଦିଲ୍ଲୀ: କୋରୋନା ଭାଇରସ ଯୋଗୁଁ ବିଶ୍ୱ ସମେତ ସାରା ଦେଶରେ ଏକ ବଡ଼ ଆର୍ଥିକ ସଙ୍କଟ ଦେଖାଦେଇଛି । ବହୁ ଲୋକଙ୍କ ଚାକିରୀ ହରାଇବାର ଆଶଙ୍କା ସୃଷ୍ଟି ହୋଇଛି । ବିଶ୍ୱ ବିମାନ ଚଳାଚଳ ସଙ୍ଗଠନ ଶୁକ୍ରବାର କହିଛି ଯେ, କୋରୋନା ଭାଇରସ୍ ମହାମାରୀ ଯୋଗୁଁ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ଏବଂ ଏହାର ନିର୍ଭରଶୀଳ ଶିଳ୍ପଗୁଡିକରେ ୨୯ ଲକ୍ଷ ଚାକିରୀ ଯିବାର ଆଶଙ୍କା ରହିଛି । କୋରୋନା ଭାଇରସ୍ ସଂକ୍ରମଣର ରୋକିବା ପାଇଁ ଦେଶବ୍ୟାପୀ ତାଲା ପଡିଥିବା ବେଳେ ବାଣିଜ୍ୟିକ ବିମାନ ସେବା ସମଗ୍ର ଦେଶରେ ମେ ୩ ପର୍ଯ୍ୟନ୍ତ ସ୍ଥଗିତ ରହିଛି ।

ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (IATA) କହିଛି ଯେ ଏହାର ସଦ୍ୟତମ ଆକଳନ ଅନୁଯାୟୀ ଏସିଆ ପ୍ରଶାନ୍ତ ମହାସାଗରରେ କୋରୋନା ଭାଇରସ୍ ମହାମାରୀର ପ୍ରକୋପ ବଢିବାରେ ଲାଗିଛି । ଯାହାର ସବୁଠାର ଖରାପ ପ୍ରଭାବ ଭାରତ ଉପରେ ପଡୁଛି । ମହାମାରୀ ଏବଂ ଲକଡାଉନ୍ ଅର୍ଥନୈତିକ କାର୍ଯ୍ୟକଳାପକୁ ବହୁ ମାତ୍ରାରେ ପ୍ରଭାବିତ କରିଛି । ଏହାର ପ୍ରଭାବ ବିମାନ ଚଳାଚଳ ଏବଂ ପର୍ଯ୍ୟଟନ ଉପରେ ଅଧିକ ପ୍ରଭାବ ପକାଇଛି । IATA ଭାରତ ବିଷୟରେ କହିଛି ଯେ ମହାମାରୀ ଯୋଗୁଁ ଦେଶର ବିମାନ ଚଳାଚଳ କ୍ଷେତ୍ର ଓ ଏହା ଉପରେ ନିର୍ଭରଶୀଳ ଶିଳ୍ପସଂସ୍ଥାରେ 29,32,900 ଚାକିରୀ ଯିବାର ସମ୍ଭାବନା ରହିଛି । 

;