୧୯୭୫-୮୦ ମସିହାରେ ସେ ଜଣେ ବିଧାୟକ ଥିଲେ । କୁହାଯାଏ ଯେ ସେତେବେଳେ ସେ ଜଣେ ବିଧାୟକ ଭାବରେ ନିଜର ବେତନ ନେଇ ନଥିଲେ । ଥୁମ୍ମାର୍ ଜଣେ ପୂର୍ବତନ ବିଧାୟକ ଭାବରେ ପାଇଥିବା ପେନସନକୁ ମଧ୍ୟ ଗ୍ରହଣ କରନ୍ତି ନାହିଁ ।
Trending Photos
)
ନୂଆଦିଲ୍ଲୀ: କୋରୋନା ମୁକାବିଲା ସହାୟତା ପାଇଁ ଗୁଜରାଟର ପୂର୍ବତନ ବିଧାୟକ ୯୯ ବର୍ଷୀୟ ରତ୍ନାଭାଇ ଥୁମ୍ମର ନିଜ ସାରା ଜୀବନର ସଞ୍ଚୟକୁ ଦାନ କରିଛନ୍ତି । ଏଥିପାଇଁ ସୋମବାର ପ୍ରଧାନମନ୍ତ୍ରୀ ମୋଦି ଫୋନ କରି ତାଙ୍କର ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି । ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ପ୍ରାୟ ୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ତାଙ୍କ ବାର୍ତ୍ତାଳାପରେ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ସେ ଥରେ ଗୁଜୁରାଟର ଜୁନାଗଡ ଜିଲ୍ଲାର ବିଲଖା ସହରରେ ଥୁମ୍ମାରଙ୍କ ଘରକୁ ଯାଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ପ୍ରକାଶନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଥମ୍ମାରଙ୍କୁ କହିଛନ୍ତି, "ମୁଁ ଆପଣଙ୍କୁ (ଦାନ) ପାଇଁ ଫୋନ କରିଛି । ଆପଣ ଏହି ବୟସରେ ଭଲ କାମ କରୁଛନ୍ତି । ଆପଣ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।"
ମୋଦି ଥୁମ୍ମାରଙ୍କୁ ପଚାରିଥିଲେ ଯେ, କଣ ମୋତେ ଆପଣ କଥା ମନ ରଖିଛନ୍ତି, ଯାହାକୁ ଥୁମ୍ମାର ହଁ ଉତ୍ତର ଦେଇଛନ୍ତି । ଥୁମ୍ମାରଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ପଚାରିଥିଲେ, ଯିଏ ବର୍ତ୍ତମାନ ଠିକରେ ଶୁଣିବାକୁ ଅସମର୍ଥ । ଜଣେ ସମ୍ପର୍କୀୟଙ୍କ କହିବାନୁସାରେ, ଥୁମ୍ମାର୍ ମୋଦୀଙ୍କୁ ପୂର୍ଣ୍ଣ ଶକ୍ତି ସହିତ କୋରୋନା ଭାଇରସ୍ ବିରୋଧରେ ଲଢ଼ିବାକୁ ପରାମର୍ଶ ଦେଇଥିଲେ । ଥୁମ୍ମାର ଏପ୍ରିଲ ୧୭ରେ ଜୁନାଗଡ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟକୁ ଯାଇ ୫୧ ହଜାର ଟଙ୍କା ଚେକ୍ ରାଜ୍ୟ ସରକାରଙ୍କୁ ଦେଇଥିଲେ ।
୧୯୭୫-୮୦ ମସିହାରେ ସେ ଜଣେ ବିଧାୟକ ଥିଲେ । କୁହାଯାଏ ଯେ ସେତେବେଳେ ସେ ଜଣେ ବିଧାୟକ ଭାବରେ ନିଜର ବେତନ ନେଇ ନଥିଲେ । ଥୁମ୍ମାର୍ ଜଣେ ପୂର୍ବତନ ବିଧାୟକ ଭାବରେ ପାଇଥିବା ପେନସନକୁ ମଧ୍ୟ ଗ୍ରହଣ କରନ୍ତି ନାହିଁ ।