ଅନ୍ୟପକ୍ଷରେ ଭାରତରେ ୨ ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ଅଛନ୍ତି । ଏପର୍ଯ୍ୟନ୍ତ ୫୫୦୦ରୁ ଅଧିକ କୋରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି । କୋରୋନା ସଂକ୍ରମଣର ଏହି ଆକଳନ ରାଜ୍ୟଗୁଡ଼ିକର ତଥ୍ୟ ଉପରେ ଆଧାରିତ କରି ଦିଆଯାଇଛି ।
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କୋରୋନା ମାମଲାରେ ପ୍ରତିଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ଏହି କ୍ରମରେ ଆଜି(ମଙ୍ଗଳବାର) ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସିଛି । ଆଜି ଦିଲ୍ଲୀରେ ୧୨୯୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଦିଲ୍ଲୀରେ ନୂଆ ମାମଲା ଆସିବାର ଏହା ହେଉଛି ରେକର୍ଡ । ଏହା ସହିତ ଦିଲ୍ଲୀରେ ସମୁଦାୟ ୨୨,୧୩୨ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୯୭ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୯୨୪୩ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଏପ୍ରିଲ ୧୯ରୁ ମେ ୩୦ମଧ୍ୟରେ ୨୨ ଜଣଙ୍କର କୋରୋନା ଯୋଗୁଁ ମୃତ୍ୟୁ ଘଟିଥିଲା, ଯାହାର ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା । ଏହି କାରଣରୁ ଦିଲ୍ଲୀର କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୨୩ରୁ ବୃଦ୍ଧି ପାଇଁ ୫୫୬କୁ ପହଞ୍ଚିଛି । ଯଦି ଆମେ ରିକଭରୀ ହାର ବିଷୟରେ କହିବା ତେବେ ଏଠାରେ ସୁସ୍ଥ ହେବା ହାର ୪୧.୭୬ ପ୍ରତିଶତ ରହିଛି । ଏହା ବ୍ୟତୀତ ଦିଲ୍ଲୀରେ ମୃତ୍ୟୁ ହାର ୨.୫୧ ପ୍ରତିଶତ ରହିଛି ।
ଅନ୍ୟପକ୍ଷରେ ଭାରତରେ ୨ ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ଅଛନ୍ତି । ଏପର୍ଯ୍ୟନ୍ତ ୫୫୦୦ରୁ ଅଧିକ କୋରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି । କୋରୋନା ସଂକ୍ରମଣର ଏହି ଆକଳନ ରାଜ୍ୟଗୁଡ଼ିକର ତଥ୍ୟ ଉପରେ ଆଧାରିତ କରି ଦିଆଯାଇଛି । ବିଶ୍ୱ ୧୦ଟି କୋରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ସପ୍ତମ ସ୍ଥାନରେ ରହିଛି ।