କୋରୋନା ମାମଲାରେ ଗତକାଲିର ରେକର୍ଡ ଭାଙ୍ଗିଲା ରାଜଧାନୀ
Advertisement

କୋରୋନା ମାମଲାରେ ଗତକାଲିର ରେକର୍ଡ ଭାଙ୍ଗିଲା ରାଜଧାନୀ

ଏହାପୂର୍ବରୁ ବୁଧବାର ୫,୬୭୩ ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ହଜାର ପାର କରି ୩୦,୯୫୨କୁ ଅତିକ୍ରମ କରିଛି ।

କୋରୋନା ମାମଲାରେ ଗତକାଲିର ରେକର୍ଡ ଭାଙ୍ଗିଲା ରାଜଧାନୀ

ନୂଆଦିଲ୍ଲୀ: Coronavirus Cases In Delhi: ଲଗାତାର ଦ୍ୱିତୀୟ ଦିନ ଦେଶର ରାଜଧାନୀ ଦିଲ୍ଲୀରେ ୫ ହଜାରରୁ ଅଧିକ ନୂଆ କୋରୋନା ମାମଲା (Coronavirus Cases)  ସାମ୍ନାକୁ ଆସିଛି । ଏବଂ ପୁଣି ଥରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୭୩୯ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା । 

ଏହାପୂର୍ବରୁ ବୁଧବାର ୫,୬୭୩ ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦ ହଜାର ପାର କରି ୩୦,୯୫୨କୁ ଅତିକ୍ରମ କରିଛି । ଦେଶର ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୩,୭୫,୭୫୩କୁ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଯାହା ପରେ ମୃତ୍ୟୁ ସଂଖ୍ୟା ୬,୪୨୩କୁ ବୃଦ୍ଧି ପାଇଛି । ଏହି ଅବଧିରେ ୪,୧୩୮ ଜଣ ସଂକ୍ରମିତ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ ଦିଲ୍ଲୀରେ ୩,୩୮,୩୭୮ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ଟୀକା ବଣ୍ଟନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ପିଏମ ମୋଦି

ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୧୨୪ ଟେଷ୍ଟ (RT-PCR- ୧୭,୦୨୯ ଆଣ୍ଟିଜେନ୍- ୪୩,୦୯୫) ହୋଇଛି । ସୁସ୍ଥ ହାର ୯୦୦୫ ପ୍ରତିଶତ ଥିବାବେଳେ ସକ୍ରିୟ ରୋଗୀଙ୍କ ହାର ୮.୨୩ ​​ପ୍ରତିଶତ ରହିଛି । ଦେଶର ରାଜଧାନୀରେ କୋରୋନା ଜନିତ ମୃତ୍ୟୁ ହାର ୧.୭୧ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୪୫,୭୬,୭୨୪ କୋରୋନା ଟେଷ୍ଟ କରାଯାଇଛି । ଦିଲ୍ଲୀର ୩୦,୯୫୨ ସକ୍ରିୟ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ହୋମ ଆଇସୋଲେଶନରେ ରୋଗୀଙ୍କ ସଂଖ୍ୟା ହେଉଛି ୧୮,୦୬୯ ।