ଭାରତରୁ ନିଜ ନାଗରିକଙ୍କୁ ଫେରାଇ ନେବ ଚୀନ
Advertisement
Article Detail0/zeeodisha/odisha686462

ଭାରତରୁ ନିଜ ନାଗରିକଙ୍କୁ ଫେରାଇ ନେବ ଚୀନ

ଚୀନ୍ ଦୂତାବାସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ସେମାନେ ଉଡ଼ାଣ ସମୟରେ ଓ ଚାଇନାରେ ପ୍ରବେଶ କରିବା ପରେ କ୍ୱାରେଣ୍ଚାଇନ୍ ଏବଂ ମହାମାରୀ ନିରାକରଣ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବା ଆବଶ୍ୟକ ।

ଭାରତରୁ ନିଜ ନାଗରିକଙ୍କୁ ଫେରାଇ ନେବ ଚୀନ

ନୂଆଦିଲ୍ଲୀ: ଭାରତରେ ଫସିଥିବା ନିଜ ଛାତ୍ର, ପର୍ଯ୍ୟଟକ ଏବଂ ବ୍ୟବସାୟୀ ସମେ ଅନ୍ୟ ନାଗରିକଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ଚୀନ । ଚୀନ ଦୂତାବାସ ସୋମବାର ନିଜ ୱେବସାଇଟରେ ଏକ ନୋଟିସ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ସେମାନେ ସ୍ୱତନ୍ତ୍ର ବିମାନରେ ଟିକେଟ୍ ବୁକ୍ କରାନ୍ତୁ । ଭାରତରେ କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଛି । ରୋଗୀଙ୍କ ସଂଖ୍ୟା ପ୍ରାୟ ୧.୪୦ ଲକ୍ଷ ହେବାକୁ ଗଲାଣି । ଏଭଳି ପରିସ୍ଥିତିରେ ଚୀନ ନିଜ ନାଗରିକମାନଙ୍କୁ ଏଠାରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ।

ଡିସେମ୍ବର ମାସରେ ଚାଇନାର ୱୁହାନରୁ କୋରୋନା ଭାଇରସ ବାହାରି ସାରା ବିଶ୍ୱରେ ବ୍ୟାପି ସାରିଛି । ସାରା ବିଶ୍ୱରେ ୫୪ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହା ଏପର୍ଯ୍ୟନ୍ତ ୩.୪ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଫେବୃଆରୀରେ ଭାରତ ପ୍ରାୟ ୭୦୦ ଭାରତୀୟଙ୍କୁ ୱୁହାନରୁ ଫେରାଇ ଆଣିଥିଲା ।

ଚୀନ୍ ଦୂତାବାସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ସେମାନେ ଉଡ଼ାଣ ସମୟରେ ଓ ଚାଇନାରେ ପ୍ରବେଶ କରିବା ପରେ କ୍ୱାରେଣ୍ଚାଇନ୍ ଏବଂ ମହାମାରୀ ନିରାକରଣ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବା ଆବଶ୍ୟକ ।

ମାଣ୍ଡେରିନରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁମାନେ ଗତ ୧୪ ଦିନ ମଧ୍ୟରେ କୋରୋନା ଭାଇରସର ଚିକିତ୍ସିତ ହୋଇଥିବା କିମ୍ବା ଜ୍ୱର ଏବଂ କାଶ ଭଳି ସଂକ୍ରମଣର ଲକ୍ଷଣ ରହିଛି । ସେମାନେ ବିଶେଷ ବିମାନରେ ଯାତ୍ରା କରିବା ଉଚିତ୍ ନୁହେଁ । ଏଥିରେ କୁହାଯାଇଛି ଯେ ନାଗରିକଙ୍କୁ ଯାତ୍ରା ଟିକେଟ୍ ଓ ଚାଇନାର କ୍ୱାରାଣ୍ଟିନରେ ରହିବାକୁ ପଡିବ ।

;