Advertisement
Article Detail0/zeeodisha/odisha671530
Zee OdishaOdisha National-Internationalଆମେରିକା ଫଣ୍ଡିଂ ରୋକିବା ପରେ ଚୀନ WHOକୁ ଦେବ ୩ କୋଟି ଡଲାର ଅତିରିକ୍ତ ସହାୟତା

ଆମେରିକା ଫଣ୍ଡିଂ ରୋକିବା ପରେ ଚୀନ WHOକୁ ଦେବ ୩ କୋଟି ଡଲାର ଅତିରିକ୍ତ ସହାୟତା

ଆମେରିକା WHOକୁ ଅର୍ଥ ବନ୍ଦ କରିବାର ପ୍ରାୟ ଏକ ସପ୍ତାହ ପରେ ବେଜିଂରୁ ଏହି ଘୋଷଣା କରାଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଥିଲେ ଯେ WHO କୋଭିଡ-19 ସଙ୍କଟକୁ ସଠିକ୍ ଭାବରେ ପରିଚାଳନା କରିବାରେ ସଫଳ ହୋଇ ନାହିଁ । ଏବଂ ଚୀନକୁ ନେଇ ଏହାର ମନୋଭାବ ପକ୍ଷପାତପୂର୍ଣ୍ଣ ରହିଛି । WHOକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ଠାରୁ ସର୍ବାଧିକ ପାଣ୍ଠି ମିଳୁଥିଲା ।

ଆମେରିକା ଫଣ୍ଡିଂ ରୋକିବା ପରେ ଚୀନ WHOକୁ ଦେବ ୩ କୋଟି ଡଲାର ଅତିରିକ୍ତ ସହାୟତା

ବେଜିଂ: କୋରୋନା ଭୂତାଣୁ ମହାମାରୀ ସାରା ବିଶ୍ୱରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି । ଏହା ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ପରି  ସଂସ୍ଥା ଅନବରତ କାର୍ଯ୍ୟ କରିଚାଲିଛି । ଅନ୍ୟପକ୍ଷେ ବିଗତ ଦିନରେ WHO ବିରୋଧରେ ପକ୍ଷପାତ କରିବାର ଅଭିଯୋଗ ଆଣି ଆମେରିକା ଫଣ୍ଡିଂ ବନ୍ଦ କରିଦେଇଥିଲା । ଏହାପରେ  କୋରୋନା ମୁକାବିଲା ପାଇଁ ଚୀନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପାଇଁ ୩ କୋଟି (୩୦ ମିଲିୟନ୍) ଆମେରିକୀୟ ଡଲାରର ଅତିରିକ୍ତ ଅର୍ଥ ଘୋଷଣା କରିଛି ।

ଆମେରିକା WHOକୁ ଅର୍ଥ ବନ୍ଦ କରିବାର ପ୍ରାୟ ଏକ ସପ୍ତାହ ପରେ ବେଜିଂରୁ ଏହି ଘୋଷଣା କରାଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଥିଲେ ଯେ WHO କୋଭିଡ-19 ସଙ୍କଟକୁ ସଠିକ୍ ଭାବରେ ପରିଚାଳନା କରିବାରେ ସଫଳ ହୋଇ ନାହିଁ । ଏବଂ ଚୀନକୁ ନେଇ ଏହାର ମନୋଭାବ ପକ୍ଷପାତପୂର୍ଣ୍ଣ ରହିଛି । WHOକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକା ଠାରୁ ସର୍ବାଧିକ ପାଣ୍ଠି ମିଳୁଥିଲା ।

ଉଲ୍ଲେଖନୀୟ କଥା ହେଉଛି, କୋରୋନା ଭାଇରସ୍ ବର୍ତ୍ତମାନ ପର୍ଯ୍ୟନ୍ତ ୧୮୫ଟି ଦେଶରେ ବ୍ୟାପି ସାରିଛି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୨୬ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଛି । କୋରୋନା ଯୋଗୁଁ ୧ ଲକ୍ଷ ୮୩ ହଜାର ୪୪୧ ଜଣଙ୍କ ମୃତ୍ୟୁ ହୋଇଛି । କୋରୋନା ଭୂତାଣୁ ଯୋଗୁଁ ସର୍ବାଧିକ ବିଶ୍ୱର ସୁପର ପାୱାର ଆମେରିକାର ଅଧିକ ପ୍ରଭାବିତ ହୋଇଛୁ । ଏଠାରେ କୋରୋନା ଯୋଗୁଁ ୪୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଏଠାରେ ୭ ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ସ୍ପେନ୍, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଏବଂ ବ୍ରିଟେନ୍ ଭଳି ଦେଶରେ କୋରୋନା ଭାଇରସ୍ ଯୋଗୁଁ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି ।

Add Zee News as a Preferred Source
About the Author