Advertisement
Article Detail0/zeeodisha/odisha674951

ଦିନରାତି କାମ କରୁଥିବା କୋରୋନା ଯୋଦ୍ଧାଙ୍କୁ ୩ ମାସରୁ ମିଳିନାହିଁ ଦରମା

ହିନ୍ଦୁ ରାଓ ନର୍ସିଂ କଲ୍ୟାଣ ସଂଘର ସଭାପତି ଇନ୍ଦୁମତି ଜାମୱାଲ କହିଛନ୍ତି ଯେ, ଫେବୃଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ଦରମା ମିଳିନାହିଁ । ଏହି କାରଣରୁ ତାଙ୍କୁ ଗୁରୁତର ସମସ୍ୟାର ସାମ୍ନା କରିବାକୁ ପଡୁଛି । ଗୋଟିଏ ପଟେ କୋରୋନା ଭୂତାଣୁ କାରଣରୁ କାର୍ଯ୍ୟର ଚାପ, ଅନ୍ୟପଟେ ଆର୍ଥିକ ସମସ୍ୟା ଯୋଗୁଁ ଅନେକ ସ୍ୱାସ୍ଥ୍ୟ କର୍ମୀ ମାନସିକ ଚାପରେ ଅଛନ୍ତି ।

ଦିନରାତି କାମ କରୁଥିବା କୋରୋନା ଯୋଦ୍ଧାଙ୍କୁ ୩ ମାସରୁ ମିଳିନାହିଁ ଦରମା

ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିରୋଧରେ ଲଢୁଥିବା କୋରୋନା ଯୋଦ୍ଧା ଅର୍ଥାତ ଡାକ୍ତର, ନର୍ସ ଏବଂ ଟେକ୍ନିସିଆନଙ୍କୁ ଗତ ୩ ମାସ ଧରି ଦରମା ଦିଆଯାଇ ନାହିଁ । ଏହି ପରିସ୍ଥିତି  ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ବୃହତ୍ତମ ହସ୍ପିଟାଲ୍ ହିନ୍ଦୁ ରାଓରେ ଦେଖାଦେଇଛି । ଏହି ୮୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ଟେକ୍ନିସିଆନଙ୍କ ସମେତ ୧୨୦୦ରୁ ଅଧିକ ଲୋକ ଦିନରାତି କୋରୋନା ଭୂତାଣୁ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି । କିନ୍ତୁ ୩ ମାସ ଧରି ଦରମା ପ୍ରଦାନ ନକରିବାରୁ ବର୍ତ୍ତମାନ ସେମାନଙ୍କର ଧୈର୍ଯ୍ୟ ଭାଙ୍ଗିବାରେ ଲାଗିଛି ।

ହିନ୍ଦୁ ରାଓ ନର୍ସିଂ କଲ୍ୟାଣ ସଂଘର ସଭାପତି ଇନ୍ଦୁମତି ଜାମୱାଲ କହିଛନ୍ତି ଯେ, ଫେବୃଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ଦରମା ମିଳିନାହିଁ । ଏହି କାରଣରୁ ତାଙ୍କୁ ଗୁରୁତର ସମସ୍ୟାର ସାମ୍ନା କରିବାକୁ ପଡୁଛି । ଗୋଟିଏ ପଟେ କୋରୋନା ଭୂତାଣୁ କାରଣରୁ କାର୍ଯ୍ୟର ଚାପ, ଅନ୍ୟପଟେ ଆର୍ଥିକ ସମସ୍ୟା ଯୋଗୁଁ ଅନେକ ସ୍ୱାସ୍ଥ୍ୟ କର୍ମୀ ମାନସିକ ଚାପରେ ଅଛନ୍ତି ।

ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନରେ ତିନୋଟି ବଡ଼ ଡାକ୍ତରଖାନା ଏବଂ ଏକ ଡଜନ ଛୋଟ କ୍ଲିନିକ୍ ଅଛି । ଯେଉଁଠାରେ ସମସ୍ତେ ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନରେ ପ୍ରାୟ ୫୮,୦୦୦ କର୍ମଚାରୀ ଅଛନ୍ତି । କିନ୍ତୁ ସଫେଇ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାକୁ ୩ ମାସର ଦରମା ଦିଆଯାଇ ନାହିଁ ।

Add Zee News as a Preferred Source
About the Author