Advertisement
Article Detail0/zeeodisha/odisha768669
Zee OdishaOdisha National-Internationalକୋରୋନାରୁ ଭାରତୀୟଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା ଅଧିକ, ଏହି ନୂଆ ରିପୋର୍ଟ ବଢ଼ାଇଲା ଚିନ୍ତା

କୋରୋନାରୁ ଭାରତୀୟଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା ଅଧିକ, ଏହି ନୂଆ ରିପୋର୍ଟ ବଢ଼ାଇଲା ଚିନ୍ତା

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ONS) ଚଳିତ ବର୍ଷ ପ୍ରାରମ୍ଭରେ କୋରୋନା ଭୂତାଣୁର ପ୍ରଭାବରେ ରଙ୍ଗଗତ ପାର୍ଥକ୍ୟର ନିଷ୍କର୍ସ ବାହାର କରିଥିଲା ।

କୋରୋନାରୁ ଭାରତୀୟଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା ଅଧିକ, ଏହି ନୂଆ ରିପୋର୍ଟ ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଜାରି ରହିଛି । ଏହି ଭାଇରସ ବର୍ତ୍ତମାନ ସମୟରେ ଭାରତୀୟଙ୍କ ପାଇଁ ସବୁଠାରୁ ଅଧିକ ବିପଜ୍ଜନକ ପାଲଟିଛି । ଶୁକ୍ରବାର ଲଣ୍ଡନରେ ଏକ ନୂତନ ପରିସଂଖ୍ୟାନ ବିଶ୍ଳେଷଣ ପ୍ରକାଶ ପାଇଛି, ଯାହା ଅନୁଯାୟୀ ଇଂଲଣ୍ଡ ଏବଂ ୱେଲ୍ସରେ ରହୁଥିବା ଭାରତୀୟମାନେ କୋଭିଡ-19 ମୃତ୍ୟୁ ହାର (Covid-19 Death rate) ଶ୍ୱେତଙ୍କ ଅପେକ୍ଷା ୫୦-୭୫ ପ୍ରତିଶତ ଅଧିକ । ଏହି ଭୂତାଣୁରେ ମୃତ୍ୟୁ ହେବାର ଆଶଙ୍କା ଉଭୟ ଭାରତୀୟ ପୁରୁଷ ଓ ମହିଳାଙ୍କଠାରେ ଦେଖାଯାଇଛି ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ONS) ଚଳିତ ବର୍ଷ ପ୍ରାରମ୍ଭରେ କୋରୋନା ଭୂତାଣୁର ପ୍ରଭାବରେ ରଙ୍ଗଗତ ପାର୍ଥକ୍ୟର ନିଷ୍କର୍ସ ବାହାର କରିଥିଲା । ଏହି ସପ୍ତାହରେ ନିଜ ତଥ୍ୟକୁ ଅପଡେଟ୍ କରି  ONS କହିଛି ଯେ, ଏହି ଅସମାନତା ପଛରେ ପୂର୍ବରୁ ଚାଲି ଆସୁଥିବା କୌଣସି ରୋଗରୁ ଅଧିକ ଜୀବନଚର୍ଯ୍ୟା ଏବଂ ବୃତ୍ତି ଦାୟୀ ।

ONS ର ରିପୋର୍ଟ ଅନୁଯାୟୀ, ଯଦି ଜୁଲାଇ ୨୮ ପର୍ଯ୍ୟନ୍ତ ମୃତ୍ୟୁ ଦେଖିବା ତେବେ କଳା ଏବଂ ଦକ୍ଷିଣ ଏସୀୟ ଲୋକଙ୍କ ମଧ୍ୟରେ କୋଭିଡ-19ରୁ ମୃତ୍ୟୁ ହେବାର ଆଶଙ୍କା ଶ୍ୱେତମାନଙ୍କ ଅପେକ୍ଷା ଅଧିକ । ଏହାପୂର୍ବରୁ ମେ ୧୫ ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁରେ ମଧ୍ୟ ONS ଏପରି ଡାଟା ମିଳିବାର ଦାବି କରିଥିଲା । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ କୋଭିଡ-19ରୁ ହୋଇଥିବା ମୃତ୍ୟୁରେ ଜାତିଗତ ପାର୍ଥକ୍ୟ ଜନସଂଖ୍ୟା, ସାମାଜିକ ଏବଂ ଅର୍ଥନୈତିକ କାରଣ ସହିତ ଦୃଢ଼ ଭାବରେ ଜଡିତ  ।

Add Zee News as a Preferred Source

ଅଧିକ ପଢ଼ନ୍ତୁ:-ଗେରୁଆ ରଙ୍ଗରେ ରଙ୍ଗେଇ ହୋଇପାରୁ ନାହାଁନ୍ତି ଜ୍ୟୋତିରାଦିତ୍ୟ, ରଣନୀତି ଅନୁସାରେ ଦୂରତା ରକ୍ଷା କଲା ବିଜେପି!

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସମସ୍ତ ସମ୍ପ୍ରଦାୟରେ କୋରୋନା ଭୂତାଣୁରୁ ମୃତ୍ୟୁର ବିପଦ ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ଅପେକ୍ଷା ଅଧିକ । ଚାଇନିଜ୍ ଲୋକଙ୍କୁ ଛାଡିଦେଲେ, ଅନ୍ୟ ସମ୍ପ୍ରଦାୟର ଶ୍ୱେତମାନଙ୍କ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା କମ୍ ହୋଇଥାଏ ।

About the Author