କେବଳ ୪ ଦିନରେ ୮୦ଟି ଜିଲ୍ଲାରେ ବ୍ୟାପିଛି କୋରୋନା ଭାଇରସ
Advertisement
Article Detail0/zeeodisha/odisha666695

କେବଳ ୪ ଦିନରେ ୮୦ଟି ଜିଲ୍ଲାରେ ବ୍ୟାପିଛି କୋରୋନା ଭାଇରସ

ସୂଚନାନୁସାରେ, ଏପ୍ରିଲ ୨ ପର୍ଯ୍ୟନ୍ତ ଦେଶର ୨୧୧ଟି ଜିଲ୍ଲାରୁ କୋରୋନା ଭାଇରସ୍ ମାମଲା ସାମ୍ନାକୁ ଆସିଥିଲା । ଏଥି ସହିତ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ କୋରୋନା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୬୦ ଥିଲା ଏବଂ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଦେଶର ୭୫ଟି ଜିଲ୍ଲାରେ କୋରୋନା ଭାଇରସ୍ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା । ଏହାକୁ ଦେଖି ଅନୁମାନ କରାଯାଇପାରେ ଯେ କେଉଁ ଗତି ସହିତ କୋରୋନା ଭାଇରସ ବୃଦ୍ଧି ପାଉଛି ।

କେବଳ ୪ ଦିନରେ ୮୦ଟି ଜିଲ୍ଲାରେ ବ୍ୟାପିଛି କୋରୋନା ଭାଇରସ

ନୂଆଦିଲ୍ଲୀ: ଲକ୍ ଡାଉନ୍ ବୃଦ୍ଧି ହେବାର ସଙ୍କେତ ମଧ୍ୟରେ ଦେଶରେ କୋରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ କୋରୋନା ସଂକ୍ରମଣ ମାମଲା ୮,୩୫୬କୁ ବୃଦ୍ଧି ପାଇଛି । ଏଥି ସହିତ ଏହି ବିପଜ୍ଜନକ ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୨୭୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ୧୦ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩୬୪ଟି ଜିଲ୍ଲାରେ କୋରୋନା ଭାଇରସ୍ ବ୍ୟାପିଥିଲା । ଅନ୍ୟପକ୍ଷେ ମାତ୍ର ୪ ଦିନ ମଧ୍ୟରେ ୮୦ଟି ନୂଆ ଜିଲ୍ଲାକୁ ବ୍ୟାପିଛି । ଏହାପୂର୍ବରୁ, ଏପ୍ରିଲ ୬ ସୁଦ୍ଧା ଭାରତର ୨୮୪ଟି ଜିଲ୍ଲାରେ କୋରୋନା ଭାଇରସ ମାମଲା ସାମ୍ନାକୁ ଆସିଥିଲା । ଦେଶରେ ମୋଟ ୭୧୮ଟି ଜିଲ୍ଲା ରହିଛି ।

ସୂଚନାନୁସାରେ, ଏପ୍ରିଲ ୨ ପର୍ଯ୍ୟନ୍ତ ଦେଶର ୨୧୧ଟି ଜିଲ୍ଲାରୁ କୋରୋନା ଭାଇରସ୍ ମାମଲା ସାମ୍ନାକୁ ଆସିଥିଲା । ଏଥି ସହିତ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ କୋରୋନା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୬୦ ଥିଲା ଏବଂ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଦେଶର ୭୫ଟି ଜିଲ୍ଲାରେ କୋରୋନା ଭାଇରସ୍ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା । ଏହାକୁ ଦେଖି ଅନୁମାନ କରାଯାଇପାରେ ଯେ କେଉଁ ଗତି ସହିତ କୋରୋନା ଭାଇରସ ବୃଦ୍ଧି ପାଉଛି ।

କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସରକାର ୨୪ ମାର୍ଚ୍ଚ ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍ ଡାଉନ କରିଦେଇଥିଲେ । ଏହା ଘୋଷଣା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଘରୁ ବାହାରକୁ ନଯିବାକୁ ନିବେଦନ କରିଥିଲେ । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର କୋରୋନା ଭାଇରସ୍ ସହିତ ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । କୋରୋନା ଭାଇରସ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛି ମହାରାଷ୍ଟ୍ର, ଯେଉଁଠାରେ କୋରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ ୧୯୦୦ କୁ ବୃଦ୍ଧି ପାଇଛି ।

ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୯୦୯ଟି କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୩୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ କିଛି ଆଶ୍ୱସ୍ତି ମିଳିଛି ଯେ, ଏପର୍ଯ୍ୟନ୍ତ ୭୧୬ ଜଣ ଲୋକ ଏହି ରୋଗରୁ ଆରୋଗ୍ୟ ହୋଇସାରିଛନ୍ତି ।

;