Advertisement
Article Detail0/zeeodisha/odisha666384
Zee OdishaOdisha National-Internationalକୋରୋନା ମହାସଙ୍କଟ: ଏହି ଦେଶର ସରକାର ନିଜ ନାଗରିକଙ୍କୁ ଦେଉଛି ୯୧ ହଜାର ଟଙ୍କା

କୋରୋନା ମହାସଙ୍କଟ: ଏହି ଦେଶର ସରକାର ନିଜ ନାଗରିକଙ୍କୁ ଦେଉଛି ୯୧ ହଜାର ଟଙ୍କା

ନାଗରିକମାନଙ୍କ ସହିତ ଏହି ସହାୟତା ଆମେରିକାରେ ରହୁଥିବା ସ୍ଥାୟୀ ବାସିନ୍ଦାଙ୍କୁ ମଧ୍ୟ ଦିଆଯିବ । କିନ୍ତୁ ଭିସା ଉପରେ ରହୁଥିବା ଲୋକମାନେ ସାହାଯ୍ୟ ପାଇବେ ନାହିଁ ।

କୋରୋନା ମହାସଙ୍କଟ: ଏହି ଦେଶର ସରକାର ନିଜ ନାଗରିକଙ୍କୁ ଦେଉଛି ୯୧ ହଜାର ଟଙ୍କା

ୱାଶିଂଟନ: କୋରୋନା ଭୂତାଣୁ ଯୋଗୁଁ ଗମ୍ଭୀର ସଙ୍କଟ ମଧ୍ୟ ଦେଇଗତି କରୁଛି ବିଶ୍ୱର ସବୁଠାରୁ ବଡ଼ ଶକ୍ତିଶାଳୀ ଦେଶ । ଏହି ଦେଶରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଏହାସହ କୋରୋନା ସଂକ୍ରମିତ ଜନିତ ମୃତ୍ୟୁ ସଂଖ୍ୟାର ସମସ୍ତ ରେକର୍ଡ ଭାଙ୍ଗୁଛି । ଦେଶରେ ଲକ୍ଷ ଲକ୍ଷ ଲୋକ ନିଜର ରୋଜଗାର ହରାଇ ବେକାରୀ ହୋଇପଡ଼ିଛନ୍ତି । ଏହି ସମୟରେ ଆମେରିକା ସରକାର ୯୧-୯୧ ହଜାର ଟଙ୍କା ($ 1200) ସହାୟତା ଲୋକଙ୍କ ଆକାଉଣ୍ଟକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆମେରିକାର ଲକ୍ଷ ଲକ୍ଷ ଲୋକଙ୍କୁ ବୁଧବାର ଠାରୁ ଏହି ଟଙ୍କା ମିଳିବ ଆରମ୍ଭ ହୋଇଯିବ । ଏହି ସହାୟତାକୁ ୟୁନିଭର୍ସଲ ଇନକମ ପେମେଣ୍ଟ କୁହାଯାଏ ।

ମାର୍ଚ୍ଚ ୨୭ରେ ଟ୍ରମ୍ପ ୨.୨ ଟ୍ରିଲିୟନ ଡଲାର କୋରୋନା ଭାଇରସ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲେ । ଏଥି ସହିତ ସରକାର ସେହି ଲୋକଙ୍କୁ ପୋଷ୍ଟ ମାଧ୍ୟମରେ ଚେକ୍ ପଠାଇବେ ଯେଉଁମାନେ ଯାନ୍ତ୍ରିକ କାରଣରୁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ । ସରକାର ଏକ ନୂତନ ୱେବସାଇଟ୍ ମଧ୍ୟ ଖୋଲି ପାରେ ଯେଉଁଠାରେ ଲୋକମାନେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ବିବରଣୀ ପ୍ରଦାନ କରିପାରିବେ ।

ଯୁକ୍ତରାଷ୍ଟ୍ରରେ ବେକାରଙ୍କ ସଂଖ୍ୟା ୧.୬୮ କୋଟି ବୃଦ୍ଧି ପାଇଛି । ଅର୍ଥନୀତି ଉପରେ କୋରୋନା ଭୂତାଣୁ ଖରାପ ପ୍ରଭାବ ପକାଉଛି । ଏହି କାରଣରୁ, ଆଗାମୀ ଦିନରେ ଅଧିକ ଲୋକ ଚାକିରି ହରାଇପାରନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ମାସରେ CARES ଆକ୍ଟ ଲାଗୁ କରିଥିଲେ। ଏହା ଅଧୀନରେ ଆମେରିକୀୟ ଲୋକଙ୍କୁ ଯେଉଁମାନେ ବର୍ଷକୁ ୫୭ ଲକ୍ଷରୁ କମ୍ ରୋଜଗାର କରନ୍ତି ସେମାନଙ୍କୁ ୯୧,୪୧୧ ଟଙ୍କା ଦିଆଯିବ । ବାର୍ଷିକ ୫୭ ଲକ୍ଷରୁ ଅଧିକ ଏବଂ ୭୫.୪ ଲକ୍ଷରୁ କମ୍ ରୋଜଗାର କରୁଥିବା ଲୋକମାନେ ମଧ୍ୟ ଅଳ୍ପ ପରିମାଣର ସହାୟତା ପାଇବେ । ୭୫.୪ ଲକ୍ଷରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତି ଟଙ୍କା ପାଇବେ ନାହିଁ ।

Add Zee News as a Preferred Source

ନାଗରିକମାନଙ୍କ ସହିତ ଏହି ସହାୟତା ଆମେରିକାରେ ରହୁଥିବା ସ୍ଥାୟୀ ବାସିନ୍ଦାଙ୍କୁ ମଧ୍ୟ ଦିଆଯିବ । କିନ୍ତୁ ଭିସା ଉପରେ ରହୁଥିବା ଲୋକମାନେ ସାହାଯ୍ୟ ପାଇବେ ନାହିଁ ।

About the Author