Advertisement
Article Detail0/zeeodisha/odisha666012
Zee OdishaOdisha National-Internationalଓଡ଼ିଶା ପରେ ଏହି ରାଜ୍ୟରେ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଗଲା ଲକ୍ ଡାଉନ୍

ଓଡ଼ିଶା ପରେ ଏହି ରାଜ୍ୟରେ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଗଲା ଲକ୍ ଡାଉନ୍

ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟରେ ଲକ୍ ଡାଉନ୍ ଅବଧି ବୃଦ୍ଧିର ସଙ୍କେତ ଦେଇ ଶୁକ୍ରବାର କହିଥିଲେ ଯେ ଏହା ହଟାଇବାର ଠିକ୍ ସମୟ ନୁହେଁ ।  ସେ ଏହା ମଧ୍ୟ କହିଥିଲେ ଯେ ୧୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ପର୍ଯ୍ୟାପ୍ତ ନୁହେଁ  ଏବଂ ଏଭଳି ପରିସ୍ଥିତିରେ ମୋଦି ସରକାର ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ୍ ।

ଓଡ଼ିଶା ପରେ ଏହି ରାଜ୍ୟରେ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଗଲା ଲକ୍ ଡାଉନ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଏହି ମହାମାରୀ ଦ୍ୱାରା ବହୁତ ପ୍ରଭାବିତ ହୋଇଛି । ଦେଶରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏପର୍ଯ୍ୟନ୍ତ ୬୪୧୨  ଜଣ ଏହି ମହାମାରୀ ଭୂତାଣୁର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ୫,୭୦୯ ଆକ୍ରାନ୍ତଙ୍କ ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଅନ୍ୟପକ୍ଷେ କୋରୋନା ମୁକାବିଲା ପାଇଁ ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଲକ୍ ଡାଉନ୍ ଜାରି ରହିଛି । ଯାହା  ଏପ୍ରିଲ ୧୪ରେ ଶେଷ ହେବ । କିନ୍ତୁ ଏହା ପୂର୍ବରୁ ଓଡ଼ିଶାରେ ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯାଇଥିଲା । ଏବେ ପଞ୍ଜାବ ସରକାର ମଧ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରିଛି ।

ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟରେ ଲକ୍ ଡାଉନ୍ ଅବଧି ବୃଦ୍ଧିର ସଙ୍କେତ ଦେଇ ଶୁକ୍ରବାର କହିଥିଲେ ଯେ ଏହା ହଟାଇବାର ଠିକ୍ ସମୟ ନୁହେଁ ।  ସେ ଏହା ମଧ୍ୟ କହିଥିଲେ ଯେ ୧୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ପର୍ଯ୍ୟାପ୍ତ ନୁହେଁ  ଏବଂ ଏଭଳି ପରିସ୍ଥିତିରେ ମୋଦି ସରକାର ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ୍ ।

ଗତ ମାସରେ କେରଳ ପରେ ପଞ୍ଜାବ ସମଗ୍ର ରାଜ୍ୟରେ ଲକ୍ ଡାଉନ୍ କରିବାର ଘୋଷଣା କରିଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ପଞ୍ଜାବରେ ୧୩୨ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏଥିରୁ ଏପର୍ଯ୍ୟନ୍ତ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ସେ କହିଛନ୍ତି, 'ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆମେ କିଛି ସମୟ ନେଇଥିଲୁ କିନ୍ତୁ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଆମେ ଶୀଘ୍ର ଲୋକଙ୍କୁ ଟେଷ୍ଟ କରୁଛୁ । ଏପର୍ଯ୍ୟନ୍ତ ଆମେ ୨୮୭୭ ନମୁନା ସଂଗ୍ରହ କରିଛୁ । 

Add Zee News as a Preferred Source
About the Author