Advertisement
Article Detail0/zeeodisha/odisha666329
Zee OdishaOdisha National-Internationalଲକ୍ ଡାଉନ୍ ବୃଦ୍ଧି ସପକ୍ଷରେ ପ୍ରାୟ ସମସ୍ତ ରାଜ୍ୟ, ପିଏମ ମୋଦି ଆଜି କରିପାରନ୍ତି ଦେଶକୁ ସମ୍ୱୋଧନ

ଲକ୍ ଡାଉନ୍ ବୃଦ୍ଧି ସପକ୍ଷରେ ପ୍ରାୟ ସମସ୍ତ ରାଜ୍ୟ, ପିଏମ ମୋଦି ଆଜି କରିପାରନ୍ତି ଦେଶକୁ ସମ୍ୱୋଧନ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଲକ୍ ଡାଉନ୍ ଅବଧି ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲକ୍ ଡାଉନ୍ ନିଷ୍ପତ୍ତିକୁ ସେ ପ୍ରଶଂସା କରିଛନ୍ତି । ରବି ଫସଲ ସମ୍ପର୍କରେ କୃଷକଙ୍କ ସହାୟତା ନେଇ ସମସ୍ତ ରାଜ୍ୟ ସହ ଆଲୋଚନା କରି ଏକ ସାଧାରଣ ନୀତି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ।

ଲକ୍ ଡାଉନ୍ ବୃଦ୍ଧି ସପକ୍ଷରେ ପ୍ରାୟ ସମସ୍ତ ରାଜ୍ୟ, ପିଏମ ମୋଦି ଆଜି କରିପାରନ୍ତି ଦେଶକୁ ସମ୍ୱୋଧନ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ରୋକିବା ପାଇଁ ସାରା ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଏହି ଲକଡାଉନ୍ ଅବଧି ୨୧ ଦିନ ପରେ ଏପ୍ରିଲ ୧୪ରେ ସମାପ୍ତ ହେବାର ଅଛି । ଏହା ପୂର୍ବରୁ ଏ ସମ୍ପର୍କରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟଙ୍କ ସହ ପରାମର୍ଶ କରୁଛନ୍ତି ଯେ ଏହାକୁ ଆଗକୁ ନିଆଯିବା ଉଚିତ କି ନୁହେଁ । ଏହି ପ୍ରସଙ୍ଗରେ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ଜାରି ରହିଛି । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରିପାରିବେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉପଲବ୍ଧ ସୂଚନା ଅନୁଯାୟୀ, ୧୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ 10 ଜଣ ଲକ୍ ଡାଉନ୍ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁଥିରେ ରାଜସ୍ଥାନ, ପଞ୍ଜାବ, ଛତିଶଗଡ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ସାମିଲ ରହିଛନ୍ତି । 

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଲକ୍ ଡାଉନ୍ ଅବଧି ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲକ୍ ଡାଉନ୍ ନିଷ୍ପତ୍ତିକୁ ସେ ପ୍ରଶଂସା କରିଛନ୍ତି । ରବି ଫସଲ ସମ୍ପର୍କରେ କୃଷକଙ୍କ ସହାୟତା ନେଇ ସମସ୍ତ ରାଜ୍ୟ ସହ ଆଲୋଚନା କରି ଏକ ସାଧାରଣ ନୀତି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ କୋରୋନା ସହିତ ଲଢ଼ିବା ପାଇଁ ଡିଜାଇନ୍ ହୋଇଥିବା ଆରୋଗ୍ୟ  ସେତୁ ଆପର ପ୍ରଶଂସା କରିଥିଲେ । ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ଲକଡାଉନ୍ ବୃଦ୍ଧି କରିବାକୁ କହିଛନ୍ତି ।

Add Zee News as a Preferred Source

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଆମ ରାଜ୍ୟ ଆର୍ଥିକ କ୍ଷତି ସହିଛି । କୋଭିଡ୍ 19 ସହିତ ଲଢ଼ିବା ପାଇଁ କେନ୍ଦ୍ରରୁ ଏକ ପ୍ୟାକେଜ୍ ଆବଶ୍ୟକ । ଲକ୍ ଡାଉନ୍ ବୃଦ୍ଧି କରାଯିବା ଉଚିତ କିନ୍ତୁ ମାନବ ଏବଂ ବ୍ୟବହାରିକ ଦୃଷ୍ଟିକୋଣରୁ ନିଷ୍ପତ୍ତି ନିଆଯାଉ । ହଟସ୍ପଟ୍ ଏବଂ କ୍ଲଷ୍ଟରଗୁଡିକର ସିଲ୍ କରାଯାଉ ।

About the Author