Advertisement
Article Detail0/zeeodisha/odisha665537
Zee OdishaOdisha National-Internationalସାମାଜିକ ଦୂରତା ନିୟମକୁ ଭୁଲିଲେ ବିଜେପି ବିଧାୟକ, ଭିଡ଼ ଏକାଠି କରି ବାଣ୍ଟିଲେ ରାସନ

ସାମାଜିକ ଦୂରତା ନିୟମକୁ ଭୁଲିଲେ ବିଜେପି ବିଧାୟକ, ଭିଡ଼ ଏକାଠି କରି ବାଣ୍ଟିଲେ ରାସନ

ଧନବାଦର ସ୍ଥାନୀୟ ବିଜେପି ବିଧାୟକ ରାଜ ସିହ୍ନା ବୁଧବାର ଧନବାଦର ଝାଡ଼ଖଣ୍ଡ ଗ୍ରାଉଣ୍ଡରେ ରାସନ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା । ସେ ଲୋକଙ୍କୁ ଏକ ସ୍ଥାନକୁ ଡାକିଥିଲେ ଏବଂ ସମସ୍ତଙ୍କୁ ଏକାଠି ବସାଇଥିଲେ, ତା’ପରେ ସେମାନଙ୍କୁ ରାସନ ବଣ୍ଟବା ଆରମ୍ଭ କରିଥିଲେ ।

ସାମାଜିକ ଦୂରତା ନିୟମକୁ ଭୁଲିଲେ ବିଜେପି ବିଧାୟକ, ଭିଡ଼ ଏକାଠି କରି ବାଣ୍ଟିଲେ ରାସନ

ରାଞ୍ଚି: କୋରୋନା ଭାଇରସ ଯୋଗୁଁ ମାର୍ଚ୍ଚ 25 ତାରିଖରୁ ସମଗ୍ର ଦେଶରେ ଲକ୍ ଡାଉନ୍ ଜାରି ରହିଛି । ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସାମାଜିକ ଦୂରତା ଅନୁସରଣ କରୁଛନ୍ତି । କିନ୍ତୁ ତାଙ୍କ ନିଜ ଦଳର ବିଧାୟକମାନେ ସାମାଜିକ ଦୂରତାର ନିୟମକୁ ଭାଙ୍ଗି ଦେଉଥିବା ନଜରକୁ ଆସୁଛି । ଏପରି ଏକ ମାମଲା ଝାଡ଼ଡଖଣ୍ଡର ଧନବାଦରୁ ଆସିଛି । 

fallback

ଧନବାଦର ସ୍ଥାନୀୟ ବିଜେପି ବିଧାୟକ ରାଜ ସିହ୍ନା ବୁଧବାର ଧନବାଦର ଝାଡ଼ଖଣ୍ଡ ଗ୍ରାଉଣ୍ଡରେ ରାସନ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା । ସେ ଲୋକଙ୍କୁ ଏକ ସ୍ଥାନକୁ ଡାକିଥିଲେ ଏବଂ ସମସ୍ତଙ୍କୁ ଏକାଠି ବସାଇଥିଲେ, ତା’ପରେ ସେମାନଙ୍କୁ ରାସନ ବଣ୍ଟବା ଆରମ୍ଭ କରିଥିଲେ ।

Add Zee News as a Preferred Source

fallback

ରାସନ ବଣ୍ଟନ କରିବା ସମୟରେ ମଧ୍ୟ ସେ ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଥିଲା । ବିଧାୟକ ରାସନ ବିତରଣର ଏହି ଫଟୋକୁ ନିଜ ଫେସବୁକ ପେଜରେ ଅପଲୋଡ୍ କରିଛନ୍ତି । ଫଟୋରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ରାସନ ବଣ୍ଟନ କରିବା ସମୟରେ ସାମାଜିକ ଦୂରତା ଅନୁସରଣ କରାଯାଉ ନାହିଁ, ଯେଉଁ କାରଣରୁ କୋରୋନା ଭୂତାଣୁ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ରହିଛି ।

fallback

ଏଠାରେ କହି ରଖୁଛୁ ଯେ, କୋରୋନା ଭୂତାଣୁ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫ ହଜାର ୭ ଶହରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୧୬୯ ଜଣଙ୍କ ମୃତ୍ୟୁ ଘଟିଛି । କୋରୋନା ଭୂତାଣୁ ଜଣଙ୍କଠୁ ଅନ୍ୟ ଜଣକୁ ସଂକ୍ରମିତ କରିଥାଏ । ଏହାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 24ରେ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଜାରି ରହିବ ।

About the Author