)
ପାଟନା: କୋରୋନା ଭୂତାଣୁ ରୋକିବା ପାଇଁ ସାରା ଦେଶରେ 21 ଦିନର ଲକ୍ ଡାଉନ୍ ଜାରି ରହିଛି । ଆଉ ଏହି ଲକ୍ ଡାଉନ ଶେଷ ହେବା ପାଇଁ ମାତ୍ର 4 ଦିନ ବାକି ଅଛି । ଏହାକୁ ବୃଦ୍ଧି କରାଯିବ କି ନାହିଁ ସେନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କଠାରୁ ମତ ଲୋଡିଛନ୍ତି । ଏହି ପର୍ଯ୍ୟାୟରେ ବିହାର ସରକାରଙ୍କ କେନ୍ଦ୍ରର ମୋଦି ସରକାରଙ୍କ ଠାରୁ ବଡ଼ ଦାବି କରିଛି । ଏହି ଦାବି ହେଉଛି ଯେ ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ଏହାର ପରିଧିରୁ ବାହାରେ ରଖାଯାଉ । ଯେଉ ନିର୍ମାଣ ଚାଲିଛି, ସେହି କାର୍ଯ୍ୟକୁ ବନ୍ଦ ନକରାଯାଉ ।
ଏହାର କାରଣ ହେଉଛି ଯେ ବିହାରରେ ବହୁ ସଂଖ୍ୟକ ଶ୍ରମିକ ଘରେ ବେକାର ବସିଛନ୍ତି, ଯେଉଁଥିପାଇଁ ଆଗାମୀ ଦିନରେ ଜୀବିକା ନିର୍ବାହର ଏକ ବଡ଼ ସମସ୍ୟା ସୃଷ୍ଟି ହେବ । ଏଥି ସହିତ ଲକ୍ ଡାଉନ୍ ଘୋଷଣା ପରେ ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇରୁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଘରକୁ ଆସିଛନ୍ତି । ଫଳରେ ରାଜ୍ୟରେ ବେକାରୀ ପରି ଉତ୍କଟ ସମସ୍ୟା ଦେଖାଦେବ । ପୂର୍ବରୁ କୋରୋନା ବିହାର ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଥି ସହିତ ବିହାର ସରକାରଙ୍କ ଏହି ଦାବିରେ ଅନ୍ୟ ରାଜ୍ୟ ମଧ୍ୟ ଯୋଗଦାନ କରିପାରିବେ ।
ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ଯାଏ ବିହାରରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ସିୱାନ ଜିଲ୍ଲାରେ ଗୋଟିଏ ପରିବାରର ୨୩ ଜଣ ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଗାଁରେ ସମୁଦାୟ ୨୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହିତ ବିହାରରେ ଏହି ଭୂତାଣୁ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି ।