Advertisement
Article Detail0/zeeodisha/odisha691966
Zee OdishaOdisha National-Internationalସାର୍ ଗଙ୍ଗାରାମ ହସ୍ପିଟାଲ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ସରକାର

ସାର୍ ଗଙ୍ଗାରାମ ହସ୍ପିଟାଲ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ସରକାର

କେବଳ RT-PCR ଆପ୍ ମାଧ୍ୟମରେ ଲ୍ୟାବ୍ ନମୁନା ନିଆଯାଇପାରିବ । ଯାହା ଦ୍ୱାରା କୋରୋନା ସମ୍ବନ୍ଧୀୟ ତଥ୍ୟ ପ୍ରକୃତ ସମୟରେ ସରକାରୀ ଡାଟାବେସରେ ଆସିପାରିବ । ଏଥିରେ କୌଣସି ନକଲ କିମ୍ବା ଭୁଲ ହେବ ନାହିଁ ।

ସାର୍ ଗଙ୍ଗାରାମ ହସ୍ପିଟାଲ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଘରୋଇ ଡାକ୍ତରଖାନା ସାର୍ ଗଙ୍ଗାରାମ ହସ୍ପିଟାଲ ବିରୋଧରେ ଦିଲ୍ଲୀ ସରକାର ଏଫ୍ଆଇଆର୍ ଦାଖଲ କରିଛନ୍ତି । ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଉପ-ସଚିବଙ୍କ ଅଭିଯୋଗ ଉପରେ ଏହି ମାମଲା ରୁଜୁ ହୋଇଛି । ସରକାରୀ ଆଦେଶ ଉଲ୍ଲଂଘନ ମାମଲା କରିବା ପରେ ଡାକ୍ତରଖାନା ବିରୋଧରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁଯାୟୀ, କୋରୋନା ଭାଇରସ ପରୀକ୍ଷା କରିବା ପାଇଁ କେବଳ ଆରଟି PCR ଆପ୍ ମାଧ୍ୟମରେ ନମୁନା ନିଆଯାଇପାରିବ । ଜୁନ୍ ୩ରେ ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଆରଟି PCR ଆପ୍ ବ୍ୟବହାର କରାଯାଉ ନ ଥିବା ଜଣାପଡିଛି । ତେଣୁ ସରକାରୀ ଆଦେଶର ଉଲ୍ଲଂଘନ ମାମଲା ଆଇପିସିର ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ ହୋଇଛି ।

କେବଳ RT-PCR ଆପ୍ ମାଧ୍ୟମରେ ଲ୍ୟାବ୍ ନମୁନା ନିଆଯାଇପାରିବ । ଯାହା ଦ୍ୱାରା କୋରୋନା ସମ୍ବନ୍ଧୀୟ ତଥ୍ୟ ପ୍ରକୃତ ସମୟରେ ସରକାରୀ ଡାଟାବେସରେ ଆସିପାରିବ । ଏଥିରେ କୌଣସି ନକଲ କିମ୍ବା ଭୁଲ ହେବ ନାହିଁ ।

Add Zee News as a Preferred Source

ଏହାପୂର୍ବରୁ ଆଜି(ଶନିବାର) ଦିଲ୍ଲୀରେ ବୃଦ୍ଧି ପାଉଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ସିଏମ୍ ଅରବିନ୍ଦ କେଜ୍ରିୱାଲ ଘରୋଇ ଡାକ୍ତରଖାନାକୁ ତାଗିଦ କରିଥିଲେ । ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ସେ ଘରୋଇ ଡାକ୍ତରଖାନାଗୁଡ଼ିକୁ ଚେତାବନୀ ଦେଇଛନ୍ତି ଯେ, ଆପଣ ଭୁଲ୍ କାର୍ଯ୍ୟ କରୁଛନ୍ତି । ଡାକ୍ତରଖାନା ପୂର୍ବରୁ ଅଭିଯୋଗ କରୁଥିଲା ଯେ ଶଯ୍ୟା ନାହିଁ କିନ୍ତୁ ଅଧିକ କହିବାରୁ ୨୦ରୁ ୫୦ ହଜାର ମାଗୁଥିଲେ । ଏଭଳି ଅଭିଯୋଗର ସମାଧାନ ପାଇଁ ଦିଲ୍ଲୀ ସରକାର ଏହି ଆପ୍ ଲଞ୍ଚ କରିଛନ୍ତି । ଆମେ ସମସ୍ତ ତଥ୍ୟକୁ ଏହି ଆପରେ ଦେଇଛୁ ଯେ କେଉଁଠାରେ ଶଯ୍ୟା ଖାଲି ଅଛି ଏବଂ କେଉଁଠାରେ ନାହିଁ । 

About the Author