ସବ୍-ଇନ୍ସପେକ୍ଟରଙ୍କ ସ୍ପର୍ଶରେ ଆସିଥିବା କ୍ରାଇମ ବ୍ରାଞ୍ଚର ପ୍ରାୟ ୨୦ ପୋଲିସ କର୍ମୀଙ୍କୁ କ୍ୱାରେଣ୍ଚାଇନକୁ ପଠାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋରୋନା ସଂକ୍ରମଣର ୫୦୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୧୩,୪୧୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Trending Photos
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଜ ଚାଣକ୍ୟାପୁରୀର ଜଣେ ସବ୍-ଇନ୍ସପେକ୍ଟର କୋରୋନା ପଜିଟିଭ ଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର କୋରୋନା ପରୀକ୍ଷା ରିପୋର୍ଟ ଆସିଥିଲା । ସଂକ୍ରମିତ ସବ-ଇନ୍ସପେକ୍ଟର ମରକଜ ସହ ଜଡିତ ଆର୍ଥିକ ବିଶୃଙ୍ଖଳାର ତଦନ୍ତରେ ସାମିଲ ଥିଲେ ।
ସବ୍-ଇନ୍ସପେକ୍ଟରଙ୍କ ସ୍ପର୍ଶରେ ଆସିଥିବା କ୍ରାଇମ ବ୍ରାଞ୍ଚର ପ୍ରାୟ ୨୦ ପୋଲିସ କର୍ମୀଙ୍କୁ କ୍ୱାରେଣ୍ଚାଇନକୁ ପଠାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କୋରୋନା ସଂକ୍ରମଣର ୫୦୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୧୩,୪୧୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଜାତୀୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୩ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ ୬,୫୪୦ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ୬,୬୧୭ ସକ୍ରିୟ କୋରୋନା ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ଗୋଟିଏ ବି ମୃତ୍ୟୁ ଘଟିନାହିଁ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ ୨୬୧ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।