କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ପାର କରିଛି । ସେହିପରି ୧ଲକ୍ଷ ୨୮ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।
Trending Photos
)
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ପାର କରିଛି । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧ କୋଟି ୭୪ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୫ ଲକ୍ଷ ଅତିକ୍ରମ କରିଛି । ଅନ୍ୟପଟେ ପାଖାପାଖି ୫୫ ଲକ୍ଷ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ପ୍ରଭାବିତ ଦେଶ ତାଲିକାରେ ଆମେରିକା, ବ୍ରାଜିଲ ଓ ଋଷ ପଛକୁ ଭାରତ ଚତୁର୍ଥ ସ୍ଥାନରେ ରହିଛି ।
କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ପାର କରିଛି । ସେହିପରି ୧ଲକ୍ଷ ୨୮ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୧୧ ଲକ୍ଷ ଲୋକ ସୁସ୍ଥ ମଧ୍ୟ ହେଲେଣି ।
ଏବେ ନଜର ପକାନ୍ତୁ ବ୍ରାଜିଲ ଉପରେ । ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ଏହି ଦେଶରେ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୫୭ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଅନ୍ୟପଟେ ୭ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସେହିପରି ଋଷରେ ୬ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାଖାପାଖି ୯ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । ପାଖାପାଖି ୪ ଲକ୍ଷ ଲୋକ ସୁସ୍ଥ ମଧ୍ୟ ହୋଇସାରିଛନ୍ତି ।