ନିକଟରେ ଦିଲ୍ଲୀରେ କୋରୋନା ମାମଲାରେ ଆଶାତୀତ ବୃଦ୍ଧି ହେବା ପରେ ଅରବିନ୍ଦ କେଜ୍ରିୱାଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ।
Trending Photos
)
ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କାୟା ବିସ୍ତାର କରୁଛି କୋରୋନା ଭୂତାଣୁ । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ଯୋଗ ଦେବେ ।
ଦିଲ୍ଲୀରେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ସକାଳ ୧୧ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ଏଆଇଏମଏସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସହ ଗୃହ ମନ୍ତ୍ରଣାଳୟର ସମସ୍ତ ଅଧିକାରୀ ଏଥିରେ ସାମିଲ ହେବେ ।
ନିକଟରେ ଦିଲ୍ଲୀରେ କୋରୋନା ମାମଲାରେ ଆଶାତୀତ ବୃଦ୍ଧି ହେବା ପରେ ଅରବିନ୍ଦ କେଜ୍ରିୱାଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ।