କୋରୋନାର ମୃତ୍ୟୁ ସଂଖ୍ୟାରେ ଖେଳ! ମାନିଲେ ବିହାର ସରକାର ୫୪୨୪ ନୁହେଁ ବରଂ ୯୩୭୫ ଲୋକଙ୍କ ଯାଇଛି ଜୀବନ
Advertisement

କୋରୋନାର ମୃତ୍ୟୁ ସଂଖ୍ୟାରେ ଖେଳ! ମାନିଲେ ବିହାର ସରକାର ୫୪୨୪ ନୁହେଁ ବରଂ ୯୩୭୫ ଲୋକଙ୍କ ଯାଇଛି ଜୀବନ

ବାସ୍ତବରେ, ମେ ୧୮ରେ ହିଁ ରାଜ୍ୟ ସରକାର କୋରୋନାରୁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଦୁଇ ପ୍ରକାର ଦଳ ଗଠନ କରାଯାଇଥିଲା, ଯାହାର ଅନୁସନ୍ଧାନ ରିପୋର୍ଟରେ ଏହି ଅବହେଳା ସାମ୍ନାକୁ ଆସିଛି ।

କୋରୋନାର ମୃତ୍ୟୁ ସଂଖ୍ୟାରେ ଖେଳ! ମାନିଲେ ବିହାର ସରକାର ୫୪୨୪ ନୁହେଁ ବରଂ ୯୩୭୫ ଲୋକଙ୍କ ଯାଇଛି ଜୀବନ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭୂତାଣୁ (Coronavirus) ର ପ୍ରକୋପ କମିବାରେ ଲାଗିଛି । ଏହି ସମୟରେ କୋରୋନାର ଦ୍ୱିତୀୟ ଲହର (Second Wave of COVID-19) ସମୟରେ ବିହାର (Bihar) ରେ ମୃତ୍ୟୁ ସଂଖ୍ୟା ଉପରେ କ୍ରମାଗତ ଭାବରେ ପ୍ରଶ୍ନ ଉଠିବାରେ ଲାଗିଛି । ସ୍ୱୟଂ ପାଟନା ହାଇକୋର୍ଟ ଅନେକ ଥର ସରକାରଙ୍କ ତଥ୍ୟରେ ବିରାଟ ପାର୍ଥକ୍ୟକୁ ନେଇ ନୀତିଶ ସରକାରଙ୍କ ଉପରେ ବର୍ଷିଛନ୍ତି । ବକ୍ସର ଗଙ୍ଗା କୂଳରେ ମୃତଦେହ ମିଳିବା କିମ୍ବା ପାଟନାରେ ଶ୍ମଶାନରେ ଜଳୁଥିବା ଶବ ସଂଖ୍ୟା ହେଉ, ସରକାରୀ ଆକଳନ ସବୁବେଳେ ସନ୍ଦେହରେ ରହିଥିଲା ।

ଅଧିକ ପଢ଼ନ୍ତୁ:-ରାମଦେବ ମଧ୍ୟ ଲଗାଇବେ କୋରୋନା ଟିକା, କହିଲେ-ଆମର ଲଢ଼େଇ ଡାକ୍ତରଙ୍କ ସହ ନୁହେଁ...

କିନ୍ତୁ ବର୍ତ୍ତମାନ ସରକାର ନିଜେ ସ୍ୱୀକାର କରିଛନ୍ତି ଯେ କୋରୋନା କାରଣରୁ ମୃତ୍ୟୁ ସଂଖ୍ୟାରେ ଏକ ବଡ଼ ଅସଙ୍ଗତି ଦେଖାଦେଇଛି । ବୁଧବାର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତ୍ୟୟ ଅମୃତ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ମୃତ୍ୟୁ ସଂଖ୍ୟା ୫୪୨୪ ବୋଲି ରିପୋର୍ଟ ହୋଇଥିଲା, ତା ଭୁଲ ଅଟେ । ଅନ୍ୟପଟେ ପ୍ରକୃତ ସଂଖ୍ୟା ହେଉଛି ୯୩୭୫ (ଜୁନ୍ ୭ ପର୍ଯ୍ୟନ୍ତ) ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନା ଭାଙ୍ଗିଲା ସମସ୍ତ ରେକର୍ଡ, ଦିନକରେ ପ୍ରଥମ ଥର ପାଇଁ ୬ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

ବାସ୍ତବରେ, ମେ ୧୮ରେ ହିଁ ରାଜ୍ୟ ସରକାର କୋରୋନାରୁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଦୁଇ ପ୍ରକାର ଦଳ ଗଠନ କରାଯାଇଥିଲା, ଯାହାର ଅନୁସନ୍ଧାନ ରିପୋର୍ଟରେ ଏହି ଅବହେଳା ସାମ୍ନାକୁ ଆସିଛି ।

ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏହା ପ୍ରକାଶ ପାଇଛି ଯେ, କୋରୋନାର ମୃତ୍ୟୁ ସଂଖ୍ୟାରେ ବ୍ୟାପକ ଅନିୟମିତତା ହୋଇଛି । ପ୍ରତ୍ୟୟ ଅମୃତ ସ୍ୱୀକାର କରିଛନ୍ତି ଯେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଅନେକ ଅସମ୍ବେଦନଶୀଳତା କରାଯାଇଛି । ଯେଉଁମାନେ ଏଭଳି ଅସାବଧାନତା ଅବଲମ୍ବନ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ସେ କହିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେତେ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଉପରେ ନୀରବ ରହିଥିଲେ ।

କେବଳ ଏତିକି ନୁହେଁ, କୋରୋନାର ମୃତ୍ୟୁ ସଂଖ୍ୟାରେ ଧରାଯାଇଥିବା ଚରମ ଅବହେଳା ଉପରେ ପ୍ରତ୍ୟୟ ଅମୃତ ମଧ୍ୟ କିଛି ଯୁକ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଅନେକ ଲୋକ ହୋଇ ଆଇସୋଲେଶନରେ ରହି ମୃତ୍ୟୁ ବରଣ କରିଛନ୍ତି, ସଂକ୍ରମିତ ହେବା ପରେ ଅନେକ ଲୋକ ଅନ୍ୟ ଜିଲ୍ଲାକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଡାକ୍ତରଖାନା ଯିବାବେଳେ କିଛି ଲୋକଙ୍କର ମୃତ୍ୟୁ ଘଟିଛି, ପୋଷ୍ଟ କୋଭିଡରେ ମୃତ୍ୟୁ ଘଟିଛି । ଏଭଳି ପରିସ୍ଥିତିରେ ମୃତ୍ୟୁର ପ୍ରକୃତ ଆକଳନ ହୋଇପାରି ନାହିଁ ।

ଅଧିକ ପଢ଼ନ୍ତୁ:-ଅନଲକ୍ ପରେ ପୁଣି ଥରେ ବଢ଼ିବାରେ ଲାଗିଛି ମାମଲା, ଦିଲ୍ଲୀ-ମୁମ୍ବାଇ ସମେତ ଅନେକ ରାଜ୍ୟରେ ମିଳିଲା ଗତକାଲି ଅପେକ୍ଷା ଅଧିକ ସଂକ୍ରମିତ

ସେପଟେ ବିରୋଧୀ ଲଗାତର ମୃତ୍ୟୁର ତଥ୍ୟ ଲୁଚାଇର ଅଭିଯୋଗ କରିଛନ୍ତି । ସରକାର ନିଶ୍ଚିତ ଭାବରେ ମୃତ୍ୟୁ ସଂଖ୍ୟାରେ ସୁଧାର ଆଣିଛନ୍ତି, କିନ୍ତୁ ଦାବି କରାଯାଇଛି ଯେ ବିହାରର ଗ୍ରାମାଞ୍ଚଳରେ ଅଗଣିତ ଲୋକଙ୍କର ମୃତ୍ୟୁ ଘଟିଛି, ସେମାନଙ୍କୁ କୋରୋନା ଲକ୍ଷଣ ରହିଥିଲା, କିନ୍ତୁ ସେମାନଙ୍କର କୋରୋନା ପରୀକ୍ଷା ହୋଇପାରି ନଥିଲା, ତେଣୁ ଏହା କେବେ ସରକାରୀ ତଥ୍ୟରେ ସାମିଲ ହୋଇପାରି ନାହିଁ ।