• ଦେଶରେ ପରାସ୍ତ କୋରୋନା ବିରୋଧରେ ଅନ୍ତିମ ଲଢ଼େଇର ସେକେଣ୍ଡ ଫେଜ୍ ଜାରି
  • ଫ୍ରଣ୍ଟ ଲାଇନରଙ୍କ ପରେ ଦେଶବ୍ୟାପୀ ବୟସ୍କଙ୍କୁ ଦିଆଗଲା ଟିକା
  • ପିଏମ୍ ମୋଦିଙ୍କ ସମେତ ସିଏମ୍ ନବୀନ ପଟ୍ଟନାୟକ ବି ନେଲେ କୋରୋନା ଟିକା
  • ରାଜ୍ୟର ୧୫୩ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଟିକାକରଣ
  • କୋରୋନା କଟକଣାରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା
  • ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ମନା
  • ଗର୍ଭଗୃହକୁ ପ୍ରବେଶ ବାରଣ, ଆଡ଼କାଠ ଦର୍ଶନ କରିବାକୁ ଅନୁମତି ପ୍ରଦାନ
  • ଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ପ୍ରବେଶ ସ୍ଥାନରେ ହେବ ସ୍କ୍ରିନିଂ ବ୍ୟବସ୍ଥା
  • ମାର୍ଚ୍ଚରୁ ମେ' ପର୍ଯ୍ୟନ୍ତ ହେବ ପ୍ରଚଣ୍ଡ ତାତି
  • ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ରାଜଧାନୀ ଦିଲ୍ଲୀରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

Coronavirus in Delhi: ଗତ ୨୪ ଘଣ୍ଟା ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଦିଲ୍ଲୀରେ ଆହୁରି ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଏଠାରେ କୋରୋନା ମୃତକଙ୍କ ସଂଖ୍ୟା ୬,୩୯୬କୁ ବୃଦ୍ଧି ପାଇଛି । 

ରାଜଧାନୀ ଦିଲ୍ଲୀରେ କୋରୋନାର ତାଣ୍ଡବ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: Coronavirus in Delhi: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା (Coronavirus) ର ତାଣ୍ଡବ ଜାରି ରହିଛି । ବିଗତ କିଛିଦିନ ଧରି ଦିଲ୍ଲୀରେ ରେକର୍ଡ ସଂଖ୍ୟକ ସଂକ୍ରମିତ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଯାହା ଚିନ୍ତାର କାରଣ ପାଲଟିଛି । ବୁଧବାର କୋରୋନାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି । ଆଉ ପ୍ରଥମ ଥର ପାଇଁ ଦିଲ୍ଲୀରେ ୫୦୦୦ରୁ ଅଧିକ ନୂତନ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୬୭୩ ନୂତନ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩,୭୦,୦୧୪କୁ ବୃଦ୍ଧି ପାଇଛି । ଏହା ସହିତ ରାଜଧାନୀରେ ପଜିଟିଭ ହାର ମଧ୍ୟ ୯.୩୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏଠାରେ ରିକଭରୀ ହାର ୯୦.୩୩ ପ୍ରତିଶତ ଥିବାବେଳେ ସକ୍ରିୟ ରୋଗୀଙ୍କ ହାର ୭.୯୩ ପ୍ରତିଶତ ରହିଛି । ସେହିପରି ମୃତ୍ୟୁହାର ୧.୭୩ ପ୍ରତିଶତ  ରହିଛି ।

ଅଧିକ ପଢ଼ନ୍ତୁ:-ଯିଏ ଦେଇଛି ସମଗ୍ର ଦୁନିଆକୁ କୋରୋନା, ସେ ହିଁ ଦେବ ପ୍ରଥମ ଟୀକା !

ଗତ ୨୪ ଘଣ୍ଟା ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଦିଲ୍ଲୀରେ ଆହୁରି ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଏଠାରେ କୋରୋନା ମୃତକଙ୍କ ସଂଖ୍ୟା ୬,୩୯୬କୁ ବୃଦ୍ଧି ପାଇଛି । ଅବଶ୍ୟ, ଏହା ଏକ ଆଶ୍ୱସ୍ତିକର ବିଷୟ ଯେ ଏହି ସମୟ ମଧ୍ୟରେ ୪,୧୨୮ ସଂକ୍ରମିତ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଯାହା ପରେ ଦିଲ୍ଲୀରେ ସମୁଦାୟ ୩,୩୪,୨୪୦ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଭାରତର ଏହି ୫ଟି ରାଜ୍ୟରେ କୋରୋନା ଭୂତାଣୁର ବିପଦ ସବୁଠାରୁ ଅଧିକ, ଚେତାବନୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭାରତରେ ମଧ୍ୟ ପ୍ରତିଦିନ କୋରୋନା ସଂକ୍ରମିତ ମାମଲାରେ ବୃଦ୍ଧି ଘଟୁଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୮୦ ଲକ୍ଷରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା  ୭୯,୯୦,୩୨୨କୁ ବୃଦ୍ଧି ପାଇଛି ।