ନୂଆଦିଲ୍ଲୀ: Coronavirus in Delhi: ଦେଶରେ ଲଗାତର କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ (Omicron Variant) ମାମଲା ବଢ଼ିବାରେ ଲାଗିଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଓମିକ୍ରନର ପ୍ରଭାବ ଦେଶର ରାଜଧାନୀରେ ମଧ୍ୟ ଦେଖିବାକୁ ମିଳୁଛି । ବିଗତ କିଛି ଦିନ ଧରି ଦିଲ୍ଲୀରେ କୋରୋନା ମାମଲାରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନାର ୧୨୫ ମାମଲା ଚିହ୍ନଟ କରାଯାଇଛି ଓ ସଂକ୍ରମଣ ଦର ୦.୨୦ ପ୍ରତିଶତ ରହିଛି । ଏହାସହ କୋରୋନା ଗତ ୬ ମାସର ରେକର୍ଡ ଭାଙ୍ଗିଛି । ଏହି ସମୟରେ କୌଣସି କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ । ବୁଧବାର ଏହି ସୂଚନା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଛି । 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ସମୟରେ ଦିଲ୍ଲୀରେ ମୋଟ କୋରୋନା ମାମଲା ୧୪,୪୨,୫୧୫ ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୪.୧୬ ଲକ୍ଷ ସଂକ୍ରମିତ ମହାମାରୀକୁ ମାତ୍ ଦେଇସାରିଛି । ରାଜଧାନୀରେ  ବର୍ତ୍ତମାନ ପର୍ଯ୍ୟନ୍ତ ୨୫,୧୦୫ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି । ମଙ୍ଗଳବାର ଦିଲ୍ଲୀରେ ୦.୨୦ ପ୍ରତିଶତ ସଂକ୍ରମିତ ଦର ସହ ୧୦୨ ମାମଲା ସାମ୍ନାକୁ ଆସିଥିଲା । ସୋମବାର ୯୧ ମାମଲା ଚିହ୍ନଟ କରାଯାଇଥିଲା ।


ଅନ୍ୟପଟେ ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାର ୩୨୭ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ୩୧୮ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୯୦୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୦୭ ସକ୍ରିୟ ମାମଲାରେ ହ୍ରାସ ଘଟିଛି । 


ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୭ ଲକ୍ଷ ୫୩ ହଜାର ୧୫୫ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ୩ କୋଟି ୪୨ ଲକ୍ଷ ୧ ହଜାର ୯୬୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୭୮ ହଜାର ୧୯୦ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୭୮ ହଜାର ୩୨୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 


ଏହା ବି ପଢ଼ନ୍ତୁ:-କୋହଲିଙ୍କ ଶନିଦଶା! ଟେଷ୍ଟ ପରେ ଟି-୨୦ରୁ ମଧ୍ୟ ଲାଗିଲା ଝଟକା


ଏହା ବି ପଢ଼ନ୍ତୁ:-ଆଉ ୪୮ ଘଣ୍ଟା ଶୀତ ଲହରି, ୧୦ ଡିଗ୍ରୀ ତଳେ ୧୭ ସ୍ଥାନର ପାରଦ


ଏହା ବି ପଢ଼ନ୍ତୁ:-ରାଜ୍ୟ ପରେ ରାଜଧାନୀରେ ପଶିଲା କି ଓମିକ୍ରନ୍? ଫେରିଲା କଣ୍ଟେନମେଣ୍ଟ୍, ଘାରିଲା ଚିନ୍ତା