ଦିଲ୍ଲୀରେ କୋରୋନା ମାମଲାରେ ରେକର୍ଡ ବୃଦ୍ଧି

ଦିଲ୍ଲୀ ସରକାରଙ୍କ ହେଲଥ ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ହେଲ ବି କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇନାହିଁ । କୋରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୯୪ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ କୋରୋନା ରୋଗୀଙ୍କ ସଂଖ୍ୟା 5898 ୫ ହଜୀର ୮୯୮କୁ ବୃଦ୍ଧି ପାଇଛି ।

ଦିଲ୍ଲୀରେ କୋରୋନା ମାମଲାରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ସତ୍ତ୍ୱେ କ୍ରମାଗତ ଦ୍ରୁତଗତିରେ ବଢ଼ି ଚାଲିଛି କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ଦିଲ୍ଲୀରେ କୋରୋନା ଭୂତାଣୁ ସଂକ୍ରମଣ ମାମଲା ୧୧,୬୫୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୭୧ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ସବୁଠାରୁ ଅଧିକ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଦିଲ୍ଲୀରେ କ୍ରମାଗତ ତୃତୀୟ ଦିନ ପାଇଁ କୋରୋନା ମାମଲାର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୫ କୋରୋନା ରୋଗୀ ଆରୋଗ୍ୟ / ଡିସଚାର୍ଜ କିମ୍ବା ସ୍ଥାନାନ୍ତରିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ଆରୋଗ୍ୟ / ଡିସଚାର୍ଜ କିମ୍ବା ସ୍ଥାନାନ୍ତରିତ ରୋଗୀଙ୍କ ସଂଖ୍ୟା ୫ ହଜାର ୫୬୭ ରହିଛି ।

ଦିଲ୍ଲୀ ସରକାରଙ୍କ ହେଲଥ ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ହେଲ ବି କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇନାହିଁ । କୋରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୯୪ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ କୋରୋନା ରୋଗୀଙ୍କ ସଂଖ୍ୟା 5898 ୫ ହଜୀର ୮୯୮କୁ ବୃଦ୍ଧି ପାଇଛି ।

ସାରା ବିଶ୍ୱରେ ତଥା ଭାରତରେ କୋରୋନା ଭୂତାଣୁ (COVID-19) ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଖବର ଅନୁଯାୟୀ, ୧୮୦ରୁ ଅଧିକ ଦେଶରେ ଏହି ଭୂତାଣୁ ବ୍ୟାପିଛି ।  ଏପର୍ଯ୍ୟନ୍ତ ଏହି ମହାମାରୀ ଯୋଗୁଁ ପ୍ରାୟ ୩.୭୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ସାରା ବିଶ୍ୱରେ ୪୯ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ଏହି ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୩୫୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୬୦୯ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ୧୩୨ ଜଣଙ୍କର ମୃତ୍ୟୁ ହୋଇଛି ।