ଦେଶରେ କୋରୋନା ବିସ୍ଫୋରଣ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ
Advertisement

ଦେଶରେ କୋରୋନା ବିସ୍ଫୋରଣ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

Coronavirus in India: ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୨୯ ଲକ୍ଷ ୨୮ ହଜାର ୫୭୪ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ୧ କୋଟି ୧୮ ଲକ୍ଷ ୫୧ ହଜାର ୩୯୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଦେଶରେ କୋରୋନା ବିସ୍ଫୋରଣ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: Coronavirus in India: ଦେଶରେ ପୁଣି ଥରେ କୋରୋନା ଭୂତାଣୁ (Coronavirus) କାୟା ବିସ୍ତାର କରିସାରିଛି । ସାରା ଦେଶରେ କୋରୋନା (COVID-19) ସଂକ୍ରମଣର ସ୍ଥିତି ଏବେ ବିସ୍ଫୋରକ ହୋଇସାରିଛି । ପ୍ରତିଦିନ ଲକ୍ଷ ଲକ୍ଷ କୋରୋନା ମାମଲା ସାମ୍ନାକୁ ଆସୁଛି । ଦୁନିଆରେ ସର୍ବାଧିକ ସଂଖ୍ୟକ ମାମଲା ପ୍ରତିଦିନ ଭାରତରୁ ଆସୁଛି । କୋରୋନାର ନୂଆ ମାମଲା ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ତୃତୀୟ ଥର ପାଇଁ ଦେଶରେ ଏକ ଲକ୍ଷରୁ ଅଧିକ କୋରୋନା ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୬,୭୮୯ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି ଏବଂ ୬୮୫ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ୫୯,୨୫୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ଏପ୍ରିଲ ୪ ଓ ୬ରେ ୧ ଲକ୍ଷରୁ ଅଧିକ ମାମଲା ଚିହ୍ନଟ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଆପଣଙ୍କୁ ମିଳୁଛି କି LPG ସବସିଡି? ମୋବାଇଲରେ ଏହିପରି କରନ୍ତୁ ଚେକ୍

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୨୯ ଲକ୍ଷ ୨୮ ହଜାର ୫୭୪ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ୧ କୋଟି ୧୮ ଲକ୍ଷ ୫୧ ହଜାର ୩୯୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୯ ଲକ୍ଷ ୧୦ ହଜାର ୩୧୯ ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧ ଲକ୍ଷ ୬୬ ହଜାର ୮୬୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ବର୍ତ୍ତମାନ ଯାଏ ଦେଶରେ ୯ କୋଟି ୧ ଲକ୍ଷ ୯୮ ହଜାର ୬୭୩ କୋରୋନା ଟିକାରେ ଡୋଜ୍ ଲାଗିସାରିଛି ।

ଅଧିକ ପଢ଼ନ୍ତୁ:-ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍

ଅନ୍ୟପକ୍ଷେ ମହାରାଷ୍ଟ୍ରରେ କୋଭିଡ-19 ମାମଲା ୪ ଦିନ ମଧ୍ୟରେ ତୃତୀୟ ଥର ପାଇଁ ୫୦ ହଜାର ସୀମା ଅତିକ୍ରମ କରିଛି । ରାଜ୍ୟରେ ମୋଟ ମାମଲା ୩୧ ଲକ୍ଷ ୭୩ ହଜାର ପାର କରିଛି । ବର୍ତ୍ତମାନ ଏହି ରାଜ୍ୟ ୮୦ ଲକ୍ଷ କୋରୋନା ଟିକାକରଣ କରିଥିବା ଭାରତରେ ପ୍ରଥମ ରାଜ୍ୟ ହୋଇପାରିଛି, କିନ୍ତୁ କୋରୋନା ମାମଲା ଲଗାତର ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ବୁଧବାର ମହାରାଷ୍ଟ୍ରରେ ସର୍ବାଧିକ ୫୯,୯୦୭ କୋରୋନା ମାମଲା ରେକର୍ଡ କରାଯାଇଛି । ଏହା ସହିତ ମୋଟ ମାମଲା ୩୧,୭୩,୨୬୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋଭିଡ -19 ଯୋଗୁଁ ୩୨୨ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୬,୬୫୨ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।