• ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ
  • ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଲା ବଡଦାଣ୍ଡ
  • ରଙ୍ଗାରଙ୍ଗ ଉଦ୍‌ଘାଟନୀ ସମାରୋହ ପରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ
  • ୨୦୨୨ ଜାନୁଆରୀ ସୁଦ୍ଧା ସବୁ ବିଶ୍ବବିଦ୍ୟାଳୟରେ ଖୋଲିବ ଇ-ଅଫିସ
  • ରାଜ୍ୟର ବିଶ୍ବବିଦ୍ୟାଳୟ କର୍ମଚାରୀମାନଙ୍କୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ
  • ୨୦୨୨ ଜାନୁଆରୀ ପହିଲାରୁ ୱେବ୍‌ସାଇଟ୍‌ରେ ଇ-ସାର୍ଟିଫିକେଟ
  • ପ୍ରଥମେ ୨୦୨୦ର ସାର୍ଟିଫିକେଟ ଅପଲୋଡ ହେବ
  • ପରେ ୨୦୧୫ ପର୍ଯ୍ୟନ୍ତ ସାର୍ଟିଫିକେଟକୁ ଅପଲୋଡ କରାଯିବ
  • ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • ପ୍ରେସମିଟ କରି ବଡ ସୂଚନା ଦେଲେ ଗଜପତି ଏସପି

କୋରୋନାର ତାଣ୍ଡବ: ଦିନକରେ ରେକର୍ଡ ୩୭୮୦ ମୃତ୍ୟୁ, ୩.୮୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

Coronavirus in India: ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୬୯ ଲକ୍ଷ ୫୧ ହଜାର ୭୩୧ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । 

କୋରୋନାର ତାଣ୍ଡବ: ଦିନକରେ ରେକର୍ଡ ୩୭୮୦ ମୃତ୍ୟୁ, ୩.୮୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: Coronavirus in India: କୋରୋନା ସୁନାମି ଦେଶରେ ହଇଚଇ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋରୋନା ଯୋଗୁଁ ସର୍ବାଧିକ ସଂଖ୍ୟକ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୮୨,୩୧୫ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ ୩୭୮୦ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୮,୪୩୯ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ମେ ୧ରେ ଦେଶରେ ରେକର୍ଡ ୩୬୮୯ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଅଗଷ୍ଟ ସୁଦ୍ଧା ଭାରତରେ କୋରୋନା ଯୋଗୁଁ ହେବେ ୧୦ ଲକ୍ଷ ମୃତ୍ୟୁ!

ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୬୯ ଲକ୍ଷ ୫୧ ହଜାର ୭୩୧ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ ଦେଶରେ ବର୍ତ୍ତମାନ ସମୟରେ ୩୪ ଲକ୍ଷ ୮୭ ହଜାର ୨୨୯ ସକ୍ରିୟ କୋରୋନା ମାମଲା ରହିଛି । ବର୍ତ୍ତମାନ ଯାଏ ଦେଶରେ ମୋଟ ୨ ଲକ୍ଷ ୨୬ ହଜାର ୧୮୮ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୫ କୋଟି ୪୯ ଲକ୍ଷ ୮୯ ହଜାର ୬୩୫ କୋରୋନା ଟିକାର ଡୋଜ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ କ୍ଷତି

ମହାରାଷ୍ଟ୍ରରେ କୋରୋନା ଜନିତ ମୃତ୍ୟୁ ସର୍ବାଧିକ

ମହାରାଷ୍ଟ୍ରରେ କୋଭିଡ ମୃତ୍ୟୁ ଓ ନୂତନ ମାମଲାରେ ତୀବ୍ର ବୃଦ୍ଧି ଘଟିଛି । ଯଦିଓ ମୁମ୍ବାଇର ସ୍ଥିତିରେ ସୁଧାର ଆସିଛି । ମଙ୍ଗଳବାର ଦିନ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୧,୦୦୦ରେ ପହଞ୍ଚିଛି । ସୋମବାର ରାଜ୍ୟରେ ୫୬୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ୮୯୧ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୭୧,୭୪୨ରେ ପହଞ୍ଚିଛି । ନୂତନ ସଂକ୍ରମଣ ସଂଖ୍ୟା ପୁଣି ଥରେ ୫୦,୦୦୦ ସ୍ତର ଅତିକ୍ରମ କରି ୫୧,୮୮୦ରେ ପହଞ୍ଚିଛି । ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୪୮,୨୨,୯୦୨ରେ ପହଞ୍ଚିଛି ।