• ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CMଙ୍କ ସମୀକ୍ଷା
  • କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
  • ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ରୂପରେଖ ଚୂଡ଼ାନ୍ତ
  • କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ୨ଟି କମିଟି କରାଯାଇଛି
  • ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
  • ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଲଗାଇଲେ ରାଜ୍ୟ ସରକାର
  • ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ
  • ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା କୋହଳ
  • ବନ୍ଦ ରହିବ ବସ୍‌ ପରିବହନ, ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

ଦେଶରେ ପ୍ରଥମ ଥର ପାଇଁ ଦିନକରେ ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ

Coronavirus in India: ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ କୋଟି ୫୨ ହଜାର ୨୮ ହଜାର ୯୯୬ ସଂକ୍ରିମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ଦେଶରେ ବର୍ତ୍ତମାନ ଯାଏ ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ ପ୍ରଥମ ଥର ପାଇଁ ଦିନକରେ ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା ଭୂତାଣୁ ତାଣ୍ଡବ କରୁଛି । ବିଗତ କିଛି ଦିନ ହେବ ଦେଶରେ କୋରୋନା ଭୂତାଣୁର ନୂଆ ମାମଲାରେ ହ୍ରାସ ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୬୩ ହଜାର ୫୩୩ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୪୩୨୯ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୨୨ ହଜାର ୪୩୬ ଲୋକ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-RBI କୋଟି କୋଟି ଗ୍ରାହକଙ୍କୁ କଲା ସତର୍କ! ମେ ୨୩ରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି କଥା

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ କୋଟି ୫୨ ହଜାର ୨୮ ହଜାର ୯୯୬ ସଂକ୍ରିମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ଦେଶରେ ବର୍ତ୍ତମାନ ଯାଏ ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨ ଲକ୍ଷ ୭୮ ହଜାର ୭୧୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩୩ ଲକ୍ଷ ୫୩ ହଜାର ୭୬୫ ସକ୍ରିୟ ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୮ କୋଟି ୪୪ ଲକ୍ଷ ୫୩ ହଜାର ୧୪୯ କୋରୋନା ଟିକାର ଡୋଜ ଲାଗିସାରିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମେ ୯ ତାରିଖରୁ ପ୍ରତିଦିନ ନୂଆ ମାମଲାରେ ହାରାହାରି ହ୍ରାସ ଘଟିଛି । ଭାରତରେ କୋରୋନା ଆକ୍ରାନ୍ତ ୭୫ ପ୍ରତିଶତ ରୋଗୀ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜୁରାଟ ଏବଂ ଛତିଶଗଡରେ ଅଛନ୍ତି । ଦେଶରେ କୋଭିଡ ସଂକ୍ରମିତଙ୍କ ଜାତୀୟ ସୁସ୍ଥ ହାର ୮୫ ପ୍ରତିଶତରୁ ଅଧିକ ହୋଇଥିବାବେଳେ କୋରୋନାରୁ ମୃତ୍ୟୁ ହାର ୧.୧୦ ପ୍ରତିଶତ ରହିଛି ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଭରପୂର ଲାଭ!

୯ଟି ରାଜ୍ୟର ୪୬ କଲେକ୍ଟରଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯ଟି ରାଜ୍ୟର ୪୬ ଜିଲ୍ଲାର କଲେକ୍ଟର ଏବଂ ଚଣ୍ଡିଗଡ଼ର ପ୍ରଶାସକଙ୍କ ସହ ଆଲୋଚନା କରିବେ । ଏହି ସମୟରେ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ ମୋଦି ଏହି ସମ୍ୱାଦ କରିବେ । ଜିଲ୍ଲାଗୁଡ଼ିକରେ କୋରୋନା ପରିସ୍ଥିତି କ’ଣ ଏବଂ ଏହାକୁ କିପରି ରୋକାଯାଇପାରିବ ସେ ବିଷୟରେ ଆଲୋଚନା ହେବ ।

ଅଧିକ ପଢ଼ନ୍ତୁ:-ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏହି ସବୁ ଲାଭ

ଆଜିର ଆଲୋଚନାରେ ଆଜି ତାମିଲନାଡୁ, କର୍ଣ୍ଣାଟକ, ଆସାମ, ଗୋଆ, ହିମାଚଳ ପ୍ରଦେଶ, ଦିଲ୍ଲୀ, ବିହାର, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡର ଜିଲ୍ଲାଧିକାରୀ, ଚଣ୍ଡିଗଡ଼ର ପ୍ରଶାସକ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ସକାଳ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥି ସହିତ ମେ ୨୦ରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ୧୦ଟି ରାଜ୍ୟର ୫୪ ଜିଲ୍ଲାର ମାଜିଷ୍ଟ୍ରେଟଙ୍କ ସହ ଆଲୋଚନା କରିବେ ।