ଦେଶରେ କୋରୋନା ନେଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ଛୁଇଁଲା ୧୮

ଦେଶରେ କେରଳରେ ସର୍ବାଧିକ ୧୩୭ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ଦେଶରେ କୋରୋନା ନେଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ଛୁଇଁଲା ୧୮

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ତାଣ୍ଡବଲୀଳା ଜାରି ରଖିଛି ମହାମାରୀ କୋରୋନା ଭୂତାଣୁ(Coronavirus) ବା କୋଭିଡ-19 । ବର୍ତ୍ତମାନ ଏହି ମହାମାରୀ ଭୂତାଣୁ ଦ୍ରୁତଗତିରେ ଭାରତରେ ବ୍ୟାପି ଚାଲିଛି । ଏହା ଯୋଗୁଁ ବର୍ତ୍ତମାନ ଯାଏ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୪ ପହଞ୍ଚିଛି । ଏଥିରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି । କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାର କୌଣସି ଭେକ୍ସିନ ବା ଔଷଧ ନ ଥିବାରୁ ଏହାର ବିସ୍ତାରକୁ ରୋକା ଯାଇ ହେଉନାହିଁ ।

ମିଳିତ ସୂଚନା ମୁତାବକ, ଆଜି ଅର୍ଥାତ ଶୁକ୍ରବାର କର୍ଣ୍ଣାଟକର ଜଣେ ୬୫ ବର୍ଷୀୟ କୋରୋନା ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । କୋରୋନା ଯୋଗୁଁ କର୍ଣ୍ଣାଟକରେ ଏହା ତୃତୀୟ ମୃତ୍ୟୁ ହୋଇଛି । ସେହିପରି ଆଜି ରାଜସ୍ଥାନରେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନର ଭିଲୱାଡାରେ ଜଣେ ବୁଦ୍ଧଙ୍କ ମୃତ୍ୟୁ ଘଟିଛି । ସେ ଡାଇବେଟିଜ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ।

ଦେଶରେ କେରଳରେ ସର୍ବାଧିକ ୧୩୭ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାପରେ ମହାରାଷ୍ଟ୍ରରେ ୧୩୦, କର୍ଣ୍ଣାଟକରେ ୫୫, ତେଲେଙ୍ଗାନାରେ ୪୫, ପଞ୍ଜାବରେ ୩୩, ଗୁଜୁରାଟରେ ୪୩, ରାଜସ୍ଥାନରେ ୪୧, ଉତ୍ତର ପ୍ରଦେଶ ୪୧, ଦିଲ୍ଲୀରେ ୩୬, ହରିୟାଣା ୩୦, ତାମିଲନାଡୁ ୨୯, ମଧ୍ୟପ୍ରଦେଶ ୨୦, ଲାଦାଖ ୧୩, ଜମ୍ମୁ କଶ୍ମୀର ୧୩, ଆନ୍ଧ୍ରପ୍ରଦେଶ ୧୨, ପଶ୍ଚିମବଙ୍ଗ ୧୦, ଚଣ୍ଡିଗଡ ୭, ବିହାର ୬, ଛତିଶଗଡ଼ ୬, ଉତ୍ତରାଖଣ୍ଡ ୫, ହିମାଚଳ ପ୍ରଦେଶ ୩, ଗୋଆ ୩, ଓଡ଼ିଶା ୩, ମଣିପୁର ୧, ମିଜୋରାମ ୧, ପଣ୍ଡିଚେରୀରେ ୧ ଜଣ କୋରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ।