କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୬୮ ସଂକ୍ରମିତ
Advertisement

କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୬୮ ସଂକ୍ରମିତ

ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ବୁଧବାର ୨,୮୪୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୨ ଲକ୍ଷ ୪୨ ହଜାର ୦୭୮କୁ ବୃଦ୍ଧି ପାଇଛି ।

କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୬୮ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ ପୁଣିଥରେ କୋରୋନା ସଙ୍କଟ ଦେଖାଦେଇଛି । କୋରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଇଛି । ଲଗାତର ଓମିକ୍ରନର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୯୬୧ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେପଟେ ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୧୫୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬୮ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୪୮୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୫,୪୦୦ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । 

ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ବୁଧବାର ୨,୮୪୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୨ ଲକ୍ଷ ୪୨ ହଜାର ୦୭୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ଓ ପୁରୁଣା ରେକର୍ଡ ଅନୁଯାୟୀ ୨୧୧ ସଂକ୍ରମିତ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୭,୨୭୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୫୭୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫୧,୭୨,୯୦୬ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୨୦,୪୫୬ କୋରୋନାର ସକ୍ରିୟ ମାମଲା ରହିଛି ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୭ ଲକ୍ଷ ୬୭ ହଜାର ୩୦୦  ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ୩ କୋଟି ୪୨ ଲକ୍ଷ ୫୮ ହଜାର ୭୭୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୮୨ ହଜାର ୪୦୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୦ ହଜାର ୮୬୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଡିସେମ୍ୱର ୨୯ ପର୍ଯ୍ୟନ୍ତ ସାରା ଦେଶରେ ୧୪୩ କୋଟି ୮୩ ଲକ୍ଷ ୨୨ ହଜାର ୭୪୨ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୩ ଲକ୍ଷ ୯୧ ହଜାର ୨୮୨ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୭ କୋଟି ୫୨ ଲକ୍ଷ ୪୫ ହଜାର ୩୯୫ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୯୯ ହଜାର ୨୫୨ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତର କମ୍ ରହିଛି ।

ଏହା ବି ପଢ଼ନ୍ତୁ:-ବନ୍ଧୁ ପୁଟିନଙ୍କ କଟା ଘା'ରେ ଚୂନ ମାରିଲା ଚୀନ!

ଏହା ବି ପଢ଼ନ୍ତୁ:-ନିମ ପତ୍ର ସେବନରୁ ହୋଇଥାଏ ଏସବୁ ଲାଭ, କ୍ୟାନ୍ସର ପରି ରୋଗରୁ ମିଳିଥାଏ ମୁକ୍ତି!

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-କେବଳ ବାକି ଅଛି ୨ ଦିନ, ତୁରନ୍ତ ସାରିନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ PF ଆକାଉଣ୍ଟ୍