• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪୯୯ ସଂକ୍ରମିତ

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୧ ଲକ୍ଷ ୪୪ ହଜାର ୨୨୯ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୩ ଲକ୍ଷ ୮ ହଜାର ୪୫୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪୯୯ ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ସାରା ଦେଶ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ସାମ୍ନା କରୁଛି । ବିଗତ କିଛି ଧରି ଭାରତରେ କୋରୋନା ସ୍ଥିତିରେ କୌଣସି ବିଶେଷ ପରିବର୍ତ୍ତନ ଆସିନାହିଁ । ପ୍ରତିଦିନ ପ୍ରାୟ ୪୦ ହଜାର ନୂତନ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୧୬୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୬୬୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ୍ ଦିନକରେ ୫୦୦ ସକ୍ରିୟ ମାମଲା ହ୍ରାସ ଘଟିଛି ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୧ ଲକ୍ଷ ୪୪ ହଜାର ୨୨୯ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୩ ଲକ୍ଷ ୮ ହଜାର ୪୫୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୨୧ ହଜାର ୬୬୫ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୧୪ ହଜାର ୧୦୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-କ’ଣ ଆପଣ ମଧ୍ୟ ସକାଳେ ଉଠିବା ପରେ କରନ୍ତି ଏହି ୭ଟି ଭୁଲ ?

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଜୁଲାଇ ୧୮ ପର୍ଯ୍ୟନ୍ତ ସାରା ଦେଶରେ ୪୦ କୋଟି ୬୪ ଲକ୍ଷ ୮୧ ହଜାର ୪୯୩ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ଲକ୍ଷ ୬୩ ହଜାର ୧୨୩ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୪ କୋଟି ୫୪ ଲକ୍ଷ ୨୨ ହଜାର ୨୫୬ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୬୩ ହଜାର ୫୯୩ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ କମ୍ ରହିଛି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, କିଏ ଥିଲେ ପ୍ରଥମ କାଉଡ଼ିଆ..

ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୩ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ଦେଢ଼ ପ୍ରତିଶତରୁ କମ୍ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।