କୋରୋନା ସଙ୍କଟ: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
Advertisement

କୋରୋନା ସଙ୍କଟ: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୬୦ ଲକ୍ଷ ୫୧୦ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । 

କୋରୋନା ସଙ୍କଟ: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ମାମଲାରେ ଲଗାତର ବୃଦ୍ଧି ଘଟିବାରେ ଲାଗିଛି । ଏହାସହ ଦେଶରେ ବର୍ତ୍ତମାନ ସୁଦ୍ଧା ୪,୮୬୮ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୪ ହଜାର ୭୨୦  ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦,୪୦୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୧,୩୩,୮୭୩ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି ଘଟିଛି । 

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୬୦ ଲକ୍ଷ ୫୧୦ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୪୬ ଲକ୍ଷ ୩୦ ହଜାର ୫୩୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୯ ଲକ୍ଷ ୫୫ ହଜାର ୩୧୯ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୪ ହଜାର ୬୫୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ପ୍ରିୟଙ୍କା ଆହୁରି ଅଧିକ ମଜୁଭୁତ ହୋଇ ଲଢ଼ୁ, ଜାଣନ୍ତୁ ଏପରି କାହିଁକି କହିଲେ ଅଖିଳେଶ

ଏହା ବି ପଢ଼ନ୍ତୁ:-ଲତା ମଙ୍ଗେଶକର କୋରୋନା ପଜିଟିଭ୍, ଆଇସିୟୁରେ ଭର୍ତ୍ତି

ଏହା ବି ପଢ଼ନ୍ତୁ:-ରାହୁଲଙ୍କ ନେଇ ବଡ଼ ପ୍ଲାନିଂ କଲେ ପ୍ରିୟଙ୍କା, ଜାଣନ୍ତୁ ୟୁପି ନିର୍ବାଚନରେ କ'ଣ ରହିଛି କଂଗ୍ରେସର ଗେମ୍ ପ୍ଲାନ୍

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୧୦ ପର୍ଯ୍ୟନ୍ତ ସାରା ଦେଶରେ ୧୫୩ କୋଟି ୮୦ ଲକ୍ଷ ୮ ହଜାର ୨୦୦ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫ ଲକ୍ଷ ୨୬ ହଜାର ୨୪୦ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୯ କୋଟି ୫୨ ଲକ୍ଷ ୭୪ ହଜାର ୩୮୦ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଲକ୍ଷ ୬୧ ହଜାର ୯୦୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ ଅଧିକ ରହିଛି ।

ମଙ୍ଗଳବାର ମହାରାଷ୍ଟ୍ରରେ ୩୪,୪୨୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଏହି ସମୟ ମଧ୍ୟରେ ଗୁଜୁରାଟରେ ୭,୪୭୬ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ନୂତନ ସଂକ୍ରମଣ ରିପୋର୍ଟ ହେବା ପରେ ରାଜ୍ୟରେ ମୋଟ ମାମଲା ୬୯,୮୭,୯୩୮ କୁ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ମହାମାରୀ ଯୋଗୁଁ ୨୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି, ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧,୪୧,୬୬୯ରେ ପହଞ୍ଚିଛି । ଅଧିକାରୀ କହିଛନ୍ତି ଯେ ମହାରାଷ୍ଟ୍ରରେ ଓମିକ୍ରନର ୩୪ଟି ନୂତନ ମାମଲା ରିପୋର୍ଟ ରିପୋର୍ଟ ହୋଇଛି, ଏହା ପରେ ଏହି ଏହି ସଂଖ୍ୟା ୧,୨୮୧କୁ ବୃଦ୍ଧି ପାଇଛି ।